🔥 TRENDING ପୁରୀ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ... ସିକ୍ଲୋନ୍‌ ଅକ୍ୱାନ୍‌ ପାଇଁ ଓଡିଶା ମୁଖ୍ୟମନ୍... Karnataka Holds 51% Share of India's G... Karnataka releases February 2027 First... Siddaramaiah Says He Was Seated in 5th... Suspense Lingers Over Rajasthan Cricke...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ମୟୂରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ : ବେତନଟୀର ଆଗୁଆଡ଼ ଠାରେ ଜାତୀୟ ବାନ୍ଦଣା ପର୍ବରେ କରିବେ ଯୋଗଦାନ

✍️ Reporter: Deepak Mahapatra 🗓 13 Nov 2026, 02:39 PM 👁 65
Share: 💬 WhatsApp 📘 Facebook 𝕏 Post
(ନଭେମ୍ବର ୧୩ ତାରିଖ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ । ବେତନଟୀ ବ୍ଲକ ଅନ୍ତର୍ଗତ ଆଗୁଆଡ଼ ଠାରେ ମହନ୍ତ କମ୍ୟୁନିଟି କୁଡମି ସମାଜର ଆୟୋଜିତ ଜାତୀୟ ବାନ୍ଦଣା ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ସହ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଓ କଡ଼ାକଡ଼ି ବନ୍ଦୋବସ୍ତ କରାଯାଇଛି।
ଏନେଇ ସୂଚନା ଦେଇ ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଚ୍ଛାଏତ୍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାକୁ ଚୂଡ଼ାନ୍ତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାୟରଙ୍ଗପୁର ପୋଲିସ ଜିଲ୍ଲା ଏବଂ ବାଲେଶ୍ୱର ଜିଲ୍ଲାରୁ ଅତିରିକ୍ତ ଫୋର୍ସ ଓ ପୋଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ମୋଟ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୭ ଜଣ ଡି.ଏସ୍.ପି , ୧୬ ଜଣ ଇନ୍ସପେକ୍ଟର, ଏବଂ ବହୁ ସଂଖ୍ୟାରେ ଏସ୍.ଆଇ (SI) ଓ ଏସ୍.ଆଇ (ASI) କର୍ମଚାରୀ ଦାୟିତ୍ୱରେ ରହିଛନ୍ତି। ୧୬୪ ଜଣ ହୋମଗାର୍ଡ ଏବଂ ୭୫ ଜଣ ଟ୍ରାଫିକ୍ କନ୍‌ଷ୍ଟେବଳ ଟ୍ରାଫିକ୍ ଓ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ସଭାସ୍ଥଳ ଓ ସମାବେଶକୁ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ସ୍ୱତନ୍ତ୍ର ପାର୍କିଂ ଏବଂ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କରାଯାଇଥିବା ନେଇ ଅତିରିକ୍ତ ଏସ୍.ପି ସୂଚନା ଦେଇଛନ୍ତି।
📲Get App