🔥 TRENDING बाड़मेर में चुनावी पारा चढ़ा, परिणाम क... Nagaland Unveils New Agarwood Policy t... Two killed, six injured as Fortuner pl... Delhi records season's coldest morning... Health worker’s car seized with foreig... Four dead, three injured in head‑on ca...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Travel

ଯାତ୍ରୀଙ୍କୁ ଝଟକା; ବଢ଼ିଲା ଘରୋଇ ବସ୍ ଭଡ଼ା, କିଲୋମିଟର ପିଛା ଏତିକି ଟଙ୍କା ଦେବେ

✍️ Reporter: Deepak Mahapatra 🗓 13 Nov 2026, 01:12 PM 👁 80
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟରେ ମହଙ୍ଗା ହେଲା ଘରୋଇ ବସ୍‌ରେ ଯାତ୍ରା। ବଢ଼ିଲା ବିଭିନ୍ନ ବର୍ଗର ବସ୍ ଭଡ଼ା। ସାଧାରଣ ବସ୍‌ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ଯାଏଁ ଭଡ଼ା ବୃଦ୍ଧି କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଭଡ଼ା ଲାଗୁ ହେବା ପରେ ସାଧାରଣ ଯାତ୍ରୀଙ୍କ ପକେଟ୍‌ ଉପରେ ଅଧିକ ବୋଝ ପଡ଼ିବ।
ନୂଆ ଦର ଅନୁଯାୟୀ, ସାଧାରଣ ବସ୍‌ରେ କିଲୋମିଟର ପିଛା ଭଡ଼ା ୯୨ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୧୮ ପଇସା ହୋଇଛି। ଅର୍ଥାତ୍ ପ୍ରତି କିଲୋମିଟରରେ ୨୬ ପଇସା ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୯୬ ପଇସାରୁ ବଢ଼ି ୧ ଟଙ୍କା ୨୪ ପଇସା ହୋଇଛି। ଏଥିରେ କିଲୋମିଟର ପିଛା ୨୮ ପଇସା ବୃଦ୍ଧି ହୋଇଛି।
ସେମି ଡିଲକ୍ସ ବସ୍ ପାଇଁ କିଲୋମିଟର ପିଛା ୧ ଟଙ୍କା ୩୦ ପଇସା ଭଡ଼ା ଧାର୍ଯ୍ୟ ହୋଇଥିବା ବେଳେ ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୩୫ ପଇସାରୁ ବଢ଼ି ୧ ଟଙ୍କା ୪୧ ପଇସା ହୋଇଛି।
ଅନ୍ୟପଟେ ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୬୩ ପଇସାରୁ ବଢ଼ି ୧ ଟଙ୍କା ୯୯ ପଇସା ହୋଇଛି। ଅର୍ଥାତ୍ କିଲୋମିଟର ପିଛା ୩୬ ପଇସା ବୃଦ୍ଧି ପାଇଛି। ପୂର୍ବରୁ ସୁପର ଡିଲକ୍ସ ଭାବେ ପରିଚିତ ବସ୍‌ର ନାମ ପରିବର୍ତ୍ତନ କରି ସୁପର ପ୍ରିମିୟମ୍ ରଖାଯାଇଛି। ଏହି ବସ୍‌ର ଭଡ଼ା ୨ ଟଙ୍କା ୫୩ ପଇସାରୁ ବଢ଼ି ୩ ଟଙ୍କା ୨୧ ପଇସା ହୋଇଛି।
ସବୁଠାରୁ ଅଧିକ ଭଡ଼ା ବୃଦ୍ଧି ହୋଇଛି ସୁପର ପ୍ରିମିୟମ୍ ଫୁଲି ସ୍ଲିପର ଏସି କୋଚ୍ ବସ୍‌ରେ। ଏହି ବସ୍‌ର ଭଡ଼ା କିଲୋମିଟର ପିଛା ୩ ଟଙ୍କା ୫୦ ପଇସାରୁ ବଢ଼ି ୪ ଟଙ୍କା ୬୧ ପଇସା ହୋଇଛି। ଅର୍ଥାତ୍ ଏକାଥରକେ ୧ ଟଙ୍କା ୧୧ ପଇସା ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ମେ' ୧୫ ଏବଂ ଜୁନ୍ ୨ ତାରିଖରେ ମଧ୍ୟ ବସ୍ ଭଡ଼ାରେ ବୃଦ୍ଧି ହୋଇଥିଲା। ତେବେ ଏଥର ଭଡ଼ା ବୃଦ୍ଧିର ପରିମାଣ ଅଧିକ ରହିଛି। ଆଶ୍ୱସ୍ତିର କଥା ହେଉଛି, ଟାଉନ୍ ବସ୍ ଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ଦିବ୍ୟାଙ୍ଗଙ୍କ ପାଇଁ ଭଡ଼ା ଛାଡ଼
ନୂଆ ନିୟମ ଅନୁଯାୟୀ, ଏଚ୍‌ଆଇଭି/ଏଡ୍‌ସ ଆକ୍ରାନ୍ତ, ଦୃଷ୍ଟିହୀନ, ମାନସିକ ଅନଗ୍ରସର, ୫୦ରୁ ୧୦୦ ପ୍ରତିଶତ ଶାରୀରିକ ଅକ୍ଷମ ଏବଂ ଶ୍ରବଣ ଓ ବାକ୍‌ଶକ୍ତିହୀନ ବ୍ୟକ୍ତିଙ୍କ ପାଇଁ ବସ୍ ଭଡ଼ା ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ୪୦ରୁ ୪୯ ପ୍ରତିଶତ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ମୋଟ ଭଡ଼ାର ଅଧା ଦେବାକୁ ପଡ଼ିବ। ସେହିପରି ନିର୍ଦ୍ଦିଷ୍ଟ ବର୍ଗର ଦିବ୍ୟାଙ୍ଗଙ୍କ ସହ ଯାତ୍ରା କରୁଥିବା ସହଯାତ୍ରୀଙ୍କ ପାଇଁ ମଧ୍ୟ ଅଧା ଭଡ଼ା ଧାର୍ଯ୍ୟ କରାଯାଇଛି।
ଯାତ୍ରୀଙ୍କ ପାଇଁ ଲଗେଜ୍ ନିୟମ ମଧ୍ୟ ରହିଛି। ପ୍ରତ୍ୟେକ ଯାତ୍ରୀ ୧୫ କେଜି ପର୍ଯ୍ୟନ୍ତ ଲଗେଜ୍ ବିନା ଶୁଳ୍କରେ ନେଇପାରିବେ। ଏହାଠାରୁ ଅଧିକ ଲଗେଜ୍ ପାଇଁ ପ୍ରତି ୨୦ କେଜି ପର୍ଯ୍ୟନ୍ତ କିଲୋମିଟର ପିଛା ୭ ପଇସା ଦେବାକୁ ପଡ଼ିବ।
📲Get App