🔥 TRENDING ঢাক-ঢোলের তালে জমজমাট বেলডাঙার ঐতিহ্যব... Jharkhand Government Publishes List of... Jharkhand ambulance services suspended... Virender Sehwag Supports MS Dhoni’s Re... Pakistani Man Disguises as Woman in Au... Manorama News airs Speed News at 9:30 ...
20 Nov 2026•
ગુજરાતી मराठी ਪੰਜਾਬੀ বাংলা

ମଧୁବାବୁ ପେନ୍ସନ୍ ଯୋଜନାରେ ୩,୮୦୩ ନୂତନ ହିତାଧିକାରୀ ସାମିଲ, ୫୪୦ ଜଣଙ୍କୁ ଭତ୍ତା ବଣ୍ଟନ

✍️ Reporter: Sukumar Mandal 🗓 12 Nov 2026, 10:07 PM 👁 72
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୨ ନଭେମ୍ବର: ମାଲକାନଗିରି ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ୩,୮୦୩ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଭତ୍ତା ବଣ୍ଟନ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଉପସ୍ଥିତ ୫୪୦ ଜଣ ହିତାଧିକାରୀଙ୍କୁ ଆନୁଷ୍ଠାନିକ ଭାବେ ଭତ୍ତା ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ସେ କହିଥିଲେ ଯେ, ସମାଜର ଶେଷ ଧାଡ଼ିରେ ଥିବା ଗରିବ, ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଯୋଗାଇଦେବା ସରକାରଙ୍କ ମୂଳ ଲକ୍ଷ୍ୟ। ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ୍ ଦ୍ୱାରା ଭତ୍ତା ପ୍ରଦାନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ, ସରଳ ଓ ସୁବ୍ୟବସ୍ଥିତ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଯୋଗଦେଇ ଏହି ଯୋଜନାର ସଫଳତା ସମ୍ପର୍କରେ ମତ ରଖିଥିଲେ। ଜିଲ୍ଲାର ୩,୮୦୩ ଜଣ ନୂତନ ହିତାଧିକାରୀ ଯୋଜନାରେ ସାମିଲ ହେବା ଏକ ଉଲ୍ଲେଖନୀୟ ସଫଳତା ବୋଲି ସେମାନେ କହିଥିଲେ। ଏହାଦ୍ୱାରା ଅସହାୟ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନେ ଆତ୍ମନିର୍ଭରଶୀଳ ହେବା ସହ ସମ୍ମାନର ସହ ଜୀବନଯାପନ କରିପାରିବେ।

ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାଗତ ଭାଷଣ ଦେଇ ଯୋଜନା ଓ ନୂତନ ପୋର୍ଟାଲ୍‌ର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ, ଆନନ୍ଦ ରାଓଙ୍କ ସମେତ ବିଭାଗର କର୍ମଚାରୀ ଓ ବହୁ ସଂଖ୍ୟାରେ ହିତାଧିକାରୀ ଉପସ୍ଥିତ ଥିଲେ।
📲Get App