🔥 ट्रेंडिंग नितेश तिवारी की 'रामायण' ने 15 दिनों म... हरियाणा ने चौथे विस्तार के बाद अंतिम S... एसएआई से फरार हुए हरियाणा एथलीट का पता... सीबीआई ने हरियाणा जीएसटी अधिकारी को 10... प्रो हॉकी लीग 2026 आज शुरू, 10 टीमों क... पंजाब नेशनल बैंक के शेयरों ने नई 52‑सप...
20 नव. 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରିରେ ଆରମ୍ଭ ହେଲା ‘ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦’, ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ

✍️ रिपोर्टर: Sukumar Mandal 🗓 12 नव. 2026, 09:33 PM 👁 68
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୨ ନଭେମ୍ବର : ଯୁବପିଢ଼ିଙ୍କୁ ତମାଖୁ ସେବନରୁ ଦୂରେଇ ରଖିବା ସହ ଏକ ସୁସ୍ଥ ଓ ତମାଖୁମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ‘ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦’। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଆରମ୍ଭ ହୋଇଥିବା ଏହି ଜାତୀୟ ଅଭିଯାନ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍ଖେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସାର୍ବଜନୀନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମାନସ ରଞ୍ଜନ ପଣ୍ଡାଙ୍କ ସମେତ ଡାକ୍ତର ଏମ୍.ଏମ୍. ଆବିଦ ହୁସେନ, ଡାକ୍ତର ସୌଭାଗ୍ୟ ରଞ୍ଜନ ରଣସିଂହ, ଡାକ୍ତର ମୌସୁମୀ ମିଶ୍ର, ଡାକ୍ତର ଦୁର୍ଗାପ୍ରସାଦ ରାଜ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ, ଡ୍ରଗ୍ସ ଇନ୍ସପେକ୍ଟର ପ୍ରବୀଣ ଜାନି, ଡିଇଓ, ଡିଡବ୍ଲ୍ୟୁଓ, ମ୍ୟୁନିସିପାଲିଟି ଏବଂ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଜନସାଧାରଣ, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ତମାଖୁ ସେବନର କ୍ଷତିକାରକ ପ୍ରଭାବ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଏଥିସହ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନର ସଫଳ କାର୍ଯ୍ୟାନ୍ୱୟନ, କୋଟପା ଆଇନର କଡ଼ାକଡ଼ି ଅନୁପାଳନ ଏବଂ ଜିଲ୍ଲାରେ ତମାଖୁମୁକ୍ତ ଗ୍ରାମ ଗଠନ ଦିଗରେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଏହି ଅଭିଯାନକୁ ଶିବ ସୁନ୍ଦର ପାଣିଗ୍ରାହୀ ପରିଚାଳନା କରିଥିଲେ। ପରିଶେଷରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ତମାଖୁମୁକ୍ତ ସମାଜ ଗଠନ ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ।
📲Get App