🔥 TRENDING Rajasthan United eye back-to-back wins... Hisar-Jodhpur Express Resumes Operatio... Drone discovered in residential area n... କାମାକ୍ଷାନଗର ଚିକିତ୍ସାଳୟରେ ଡାକ୍ତରଙ୍କ ମଦ... Rajasthan Power Corp to Conduct JE Rec... How to Check Rajasthan 2026 Panchayat...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
National

କୁଲଗାମରେ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମୀଙ୍କ ପେଟରେ ବାଜିଲା ଗୁଳି, ୩ ଗୁରୁତର

✍️ Reporter: Deepak Mahapatra 🗓 12 Nov 2026, 01:25 PM 👁 74
Share: 💬 WhatsApp 📘 Facebook 𝕏 Post
ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ବୁଧବାର ଅପରାହ୍ନ ସମୟରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । କୁଲଗାମରେ କାର୍ଯ୍ୟରତ ସିଆରପିଏଫ୍ ଯବାନଙ୍କ ଉପରକୁ ବାଇକ୍ ଆରୋହୀ ଅଜ୍ଞାତ ବ୍ୟକ୍ତି ଗୁଳି ଚାଳନା କରିଛନ୍ତି । ଫଳରେ ତିନି ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ତିନି ଜଣଙ୍କୁ ଅନନ୍ତନାଗ ସରକାରୀ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା କୁହାଯାଉଛି ।
ସିଆରପିଏଫର ସୂଚନା ମୁତାବକ, ବୁଧବାର ଅପରାହ୍ନ ୨ଟା ୧୫ ମିନିଟ୍ ସମୟରେ କୁଲଗାମ ଜିଲ୍ଲାର ଜାତୀୟ ରାଜପଥଠାରୁ ୪ କିଲୋମିଟର ଦୂରରେ ଥିବା ଆଖରନ ନୌପୁରା ଅଞ୍ଚଳରେ ବାଇକ ଆରୋହୀ ହଠାତ୍ ଆସି ସୁରକ୍ଷାବଳକୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ । ସୁରକ୍ଷାବାହିନୀ ମଧ୍ୟ ଜବାବରେ ଗୁଳି ଚଳାଇଥିଲେ । କିନ୍ତୁ ୩ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଯବାନ ଆସାମର ରାକେଶ ଦାସ, ପଶ୍ଚିମବଙ୍ଗର ସନ୍ତୋଷ ଚନ୍ଦ୍ରୁ ଏବଂ ମଧ୍ୟ ପ୍ରଦେଶର ସୋମବୀର ସିଂ ବୋଲି ପରିଚୟ ସ୍ପଷ୍ଟ ହୋଇଛି ।
ରାକେଶ ଦାସଙ୍କ ଗୋଡ଼ରେ ଗୁଳି ବାଜିଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସନ୍ତୋଷ ଚନ୍ଦ୍ରଙ୍କ ପେଟ ଏବଂ ମେରୁଦଣ୍ଡରେ ଗୁଳି ବାଜିଛି । ତାଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି । ସନ୍ତୋଷଙ୍କର ଜରୁରୀ ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ସୋମବୀର ସିଂହଙ୍କ ବାମ ହାତରେ ଗୁଳି ବାଜିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସ୍ଥିର ରହିଛି ।
ଆତଙ୍କୀ ହମଲା ପରେ ଘଟଣା ସ୍ଥଳରେ କ୍ୱିକ୍ ରିଆକ୍ସନ୍ ଟିମ୍ ପହଁଚିଛି । ସମଗ୍ର ଅଞ୍ଚଳର ନାକାବନ୍ଦୀ କରି ଆତଙ୍କବାଦୀଙ୍କୁ ଧରିବାକୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଜମ୍ମୁ କାଶ୍ମୀର ପୋଲିସ ଲସ୍କର-ଏ-ତୋୟବାର ୪ ଜଣ ସଦସ୍ୟଙ୍କ ପୋଷ୍ଟର ଜାରି କରିଛି ।
📲Get App