🔥 TRENDING Nitesh Tiwari's 'Ramayana' Hits ₹650 c... Haryana postpones final SIR roll to De... Haryana Athlete Who Ran From SAI Locat... CBI Nabs Haryana GST Officer for Rs 10... Pro Hockey League 2026 kicks off today... Punjab National Bank Shares Reach Fres...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Defence

ବୃଦ୍ଧି ପାଉଛି ଆତଙ୍କୀ କାର୍ଯ୍ୟକଳାପ, ନିଖୋଜ ୨ ଏସପିଓଙ୍କ ଗୁଳିବିଦ୍ଧ ମୃତହେଦ ଉଦ୍ଧାର, ଗ୍ରେନେଡ୍ ସହ ଜଣେ ସନ୍ଦିଗ୍ଧ ଗିରଫ

✍️ Reporter: Deepak Mahapatra 🗓 12 Nov 2026, 01:20 PM 👁 62
Share: 💬 WhatsApp 📘 Facebook 𝕏 Post
ପୁଣି ଥରେ ସୀମାରେ ସକ୍ରିୟ ଉଠିଛି ଆତଙ୍କବାଦୀ ନେଟୱାର୍କ । ବିଗତ କିଛି ଦିନ ମଧ୍ୟରେ ଏକାଧିକ ଘଟଣା ସାମ୍ନାକୁ ଆସିଲାଣି । ଗତକାଲି କୁଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିବାବେଳେ କିସ୍ତୱାଡ଼ାରେ ନିଖୋଜ ହୋଇଯାଇଥିବା ୨ ଜଣ ବିଶେଷ ପୋଲିସ ଅଧିକାରୀ (ଏସପିଓ)ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଏସପିଓ ହେଲେ ୪୫ ବର୍ଷିୟ ରଶପାଲ କୁମାର, ବେଲ୍ଟ ନମ୍ବର ୬୫ ଏବଂ ୫୭ ବର୍ଷିୟ ବାବୀ ଚନ୍ଦ ବେଲ୍ଟ ନଂ ୯୨୦ । ଉଭୟଙ୍କ ଶବ ଦୂରଦରାଜର ଦଚ୍ଛନ ଅଞ୍ଚଳରୁ ଜବତ ହୋଇଛି ।
ଗତକାଲିଠାରୁ ସେମାନେ ନିଖୋଜ ଥିବାବେଳେ ଗୁରୁବାର ସକାଳୁ ସେମାନଙ୍କ ଗୁଳିବିଦ୍ଧ ମୃତ ଦେହ ଉଦ୍ଧାର କରାଯାଇଛି । ଉଭୟଙ୍କ ପାଖରେ ଥିବା ସର୍ଭିସ୍ ବନ୍ଧୁକ ମିଳି ନାହିଁ । କେହି ଗାଏବ କରି ଦେଇଥିବା ଅନୁମାନ କରାଯାଉଛି । ଏହା ପଛରେ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ତେବେ ଏ ନେଇ ତଦନ୍ତ ଆରମ୍ଭ ହୋଇଛି ।
ଅଧା ରାସ୍ତାରୁ ହୋଇଯାଇଥିଲେ ନିଖୋଜ
ରଶପାଲ କୁମାର ଓ ବାବୀ ଚନ୍ଦ ଉଭୟ କିସ୍ତୱାଡ଼ ଜିଲ୍ଲାର ଦଚ୍ଛନ ଗ୍ରାମର ବାସିନ୍ଦା ଅଟନ୍ତି । ମାରୱାହ ସେକ୍ଟରର ଧାର୍ଣ୍ଣା ସ୍ଥିତ ୧୭ ରାଷ୍ଟ୍ରୀୟ ରାଇଫଲ୍ସ ଟିଓବି କ୍ୟାମ୍ପରେ ଦୁଇଜଣ ଏସପିଓଙ୍କୁ ପର୍ଯ୍ୟାୟକ୍ରମେ ଡ୍ୟୁଟି ଦିଆଯାଇଥିଲା। ତେବେ, ସେମାନେ ଡ୍ୟୁଟି ପାଇଁ ନିର୍ଦ୍ଧାରିତ ସମୟରେ କ୍ୟାମ୍ପରେ ପହଞ୍ଚି ନଥିଲେ। ସେବେଠାରୁ ସେମାନଙ୍କର କୌଣସି ପତ୍ତା ମିଳିନଥିଲା ।
ଗତକାଲିଠାରୁ ଜମ୍ମୁ କଶ୍ମୀର ପୋଲିସ ଏବଂ ସୁରକ୍ଷାବଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଅନୁସନ୍ଧାନ ଜାରି ରହିଥିଲା । ଆଜି ସକାଳୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଗ୍ରେନେଡ୍ ସହିତ ଜଣେ ଗିରଫ
ସେପଟେ ବାରମୁଲା ପୋଲିସ ବଦ୍ରାକୁଟ ଜଙ୍ଗଲରେ 'ଏରିଆ ଡୋମିନେସନ୍ ପାଟ୍ରୋଲ୍' (ADP) କରୁଥିବା ସମୟରେ ଏକ ବଡ଼ ସଫଳତା ହାସଲ କରିଛି । ପୋଲିସ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ପୋଲିସର ସୂଚନା ଅନୁଯାୟୀ, ଏହି ଅଭିଯାନଟି CICT FTR BSF (୧୧୨/୦୬ ବାଟାଲିୟନ୍), ୨ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫ୍ ୧୭୬ତମ ବାଟାଲିୟନ୍‌ର ମିଳିତ ପ୍ରୟାସରେ ପରିଚାଳିତ ହୋଇଥିଲା।
ଅଭିଯାନ ସମୟରେ, ପୋଲିସ ବଦ୍ରାକୁଟ ଜଙ୍ଗଲ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାବୁ କରିଥିଲା । ଟାଙ୍ଗମାର୍ଗର ବଦ୍ରାକୁଟ ନିବାସୀ ଗୁଲାମ ଜିଲାନି ରେଶି ବୋଲି ଜଣାପଡ଼ିଛି । ତାଙ୍କୁ ତଲାସି କରିବା ସମୟରେ ତା ନିକଟରୁ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍ ମିଳିଥିଲା। ତା ଦ୍ୱାରା ଦିଆଯାଇଥିବା ସୂଚନା ଆଧାରରେ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଆଉ ଏକ ହ୍ୟାଣ୍ଡ ଗ୍ରେନେଡ୍ ମଧ୍ୟ ଉଦ୍ଧାର କରାଯାଇଛି।
ଏହି ଘଟଣା ସମ୍ବନ୍ଧରେ ଟାଙ୍ଗମାର୍ଗ ଥାନାରେ ଏକ ମାମଲା (FIR) ରୁଜୁ କରାଯାଇଛି। ଉଦ୍ଧାର କରାଯାଇଥିବା ବିସ୍ଫୋରକ ସାମଗ୍ରୀ କେଉଁଠାରୁ ଆସିଲା, ଏହାର ଉଦ୍ଦେଶ୍ୟ କ’ଣ ଥିଲା ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କର ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସଂଗଠନ ସହ ସମ୍ପର୍କ ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଚାଲିଛି।
ଗତକାଲି ହୋଇଥିଲା ଆକ୍ରମଣ
ଗତକାଲି କୁଲଗାମରେ ସିଆରପିଏଫ୍ କ୍ୟାମ୍ପ ନିକଟରେ ଅଜଣା ବାଇକ ଆରୋହୀ ଆସି ପ୍ରବଳ ଗୁଳି ବର୍ଷା କରିଥିଲେ । ଏଥିରେ ୩ ଜଣ ଯବାନ ଗୁରୁତର ଆହତ ହୋଇଥିଲେ ।
📲Get App