🔥 TRENDING पकरीबरावां में ट्रांसफॉर्मर में लगी आग... କାର୍ତ୍ତିକ ମାସରେ ଗୁଣୁପୁର ସହର ଭକ୍ତିମୟ, ଜ... वाराणसी में गुमशुदा बच्चों की बरामदगी... 🚨 અડતાળામાં પાણીના વિવાદ બાદ પોલીસનો... कार्तिक मेले में श्रद्धालुओं से Need 2... Drishti IAS Releases Daily Madhya Prad...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ , ୧୫ରେ ଅବପାତ ସମ୍ଭାବନା !

✍️ Reporter: Deepak Mahapatra 🗓 12 Nov 2026, 01:24 PM 👁 72
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଆଜି ବୁଧବାର ଦକ୍ଷିଣଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୧୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବା ବେଳେ, ଉତ୍ତରପଶ୍ଚିମ ଦିଗରେ ଗତି ସହ ୧୪ରେ ସ୍ପଷ୍ଟ-ଚିହ୍ନିତ ଲଘୁଚାପ ଏବଂ ୧୫ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତର ରୁପ ନେବା ସମ୍ଭାବନା ରହିଛି।

ପାଣିପାଗ ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ, ଏହି ସମ୍ଭାବ୍ୟ ଅବପାତର କୌଣସି ବଡ଼ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବା ସହ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିପାରେ।

ତେବେ ଏହି ସିଷ୍ଟମ ପ୍ରଭାବରେ ନଭେମ୍ବର ୧୩ ରୁ ୧୬ ତାରିଖ ମଧ୍ୟରେ ଆଣ୍ଡାମାନ ସାଗର, ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ଏହି ସମୟରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୪୦ ରୁ ୬୦ କିଲୋମିଟର ବେଗରେ ଝଡ଼ ପବନ ବହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
📲Get App