🔥 TRENDING ଗଞ୍ଜାମରେ 1,38,000 ଲୋକଙ୍କୁ ବିପଦ୍‌ ନିମନ୍... બોટાદ તાલુકા ના ઝમરાળા ગામ ના બન્ને પર... Karnataka Strengthens Lead in Hosting... Suspense Persists Over Rajasthan Crick... વિરમગામ તાલુકામાં ડાંગર કાપવાના કટરથી... Six dead, six injured in two road acci...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ମାଣ୍ଡିଆ ଚାଷକୁ ମିଳିବ ନୂଆ ପରିଚୟ; ସୋଆ ପକ୍ଷରୁ ମାଣ୍ଡିଆ ଦିବସ-୨୦୨୬ ପାଳିତ

✍️ Reporter: Deepak Mahapatra 🗓 11 Nov 2026, 01:13 PM 👁 78
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ (ଆଇଏଏସ୍‌)ର କ୍ଷେତ୍ର ବିଜ୍ଞାନ ବିଭାଗ, ବିଶ୍ୱ ଜୀବନ ସେବା ସଂଘ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାର ଅନ୍ତର୍ଗତ ଗୋପାଳପ୍ରସାଦ ଗ୍ରାମରେ ମାଣ୍ଡିଆ ଦିବସ-୨୦୨୬ ପାଳିତ ହୋଇଯାଇଛି ।
ଏହି ଅବସରରେ ମାଣ୍ଡିଆର ପୁଷ୍ଟିକର ଗୁଣ, ସ୍ୱାସ୍ଥ୍ୟ ଉପକାରିତା, ବୈଜ୍ଞାନିକ ପଦ୍ଧତିରେ ଚାଷ ଏବଂ ଏହାର ଆର୍ଥିକ ଓ ବାଣିଜ୍ୟିକ ଗୁରୁତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା । ଅତିଥିମାନେ ମାଣ୍ଡିଆ ଓ ଲଘୁ ଶସ୍ୟ ଆଧାରିତ ପ୍ରଦର୍ଶନୀ ଉଦ୍‌ଘାଟିତ କରାଯାଇଥିବା ବେଳେ କୃଷିକ୍ଷେତ୍ର ପରିଦର୍ଶନ ମଧ୍ୟ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ମାଣ୍ଡିଆରେ ପୋଷକ ଗୁଣ, ଚାଷ ପ୍ରଣାଳୀ, ଆର୍ଥିକ ଲାଭ ଓ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ ଏହାର ଅନୁକୂଳ ପ୍ରଭାବ ପଡିଥାଏ । କେବଳ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକାର ନୁହେଁ ବରଂ ଏହାର ଚାହିଦା ବର୍ତମାନ ବହୁମାତ୍ରାରେ ବଢିବାକୁ ଲାଗୁଛି ।
ମାଣ୍ଡିଆକୁ କିପରି ଚାଷ କରିବା ଏବଂ ଅମଳ କରିବାରେ କଣ ସବୁ ସମସ୍ୟା ଦେଖାଯାଉଛି ତାହା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ବୋଲି ସେ ଚାଷୀମାନଙ୍କୁ ଆହ୍ୱାନ ଦେବା ସହିତ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ ।
ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିବା ସହିତ ଏହି ଦିବସର ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ।
ସେହିପରି କନ୍ଧମାଳର ଅବସରପ୍ରାପ୍ତ ଉପକୃଷି ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ମନୋରଞ୍ଜନ ମିଶ୍ର, ଓଡିଶା ବିଶ୍ୱ ଜୀବନ ସେବା ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବୈଦ୍ୟନାଥ ବରାଳ ଓ ଟାଙ୍ଗୀ ସ୍ଥିତ ଗୋପାଳପ୍ରସାଦ ଗ୍ରାମର ସରପଂଚ ଶ୍ରୀମତି ପ୍ରିୟମ୍ବଦା ବେହେରା ଯୋଗଦେଇ ମାଣ୍ଡିଆର ପୋଷଣୀୟ ମୂଲ୍ୟ, ମାନବ ସ୍ୱାସ୍ଥ୍ୟ ପାଇଁ ଏହାର ଉପାଦେୟତା ଏହାକୁ କିପରି ଉନ୍ନତ ଚାଷୀ ପ୍ରଣାଳୀ ତଥା କୃଷକଙ୍କ ଆୟ ବୃଦ୍ଧି ଓ ବଜାର ସମ୍ଭାବନାରେ ଏହାର ଭୂମିକା ବିଷୟରେ ନିଜ ନିଜର ମତାମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ର ଛାତ୍ରଛାତ୍ରୀମାନଙ୍କର ଦ୍ୱାରା ଏକ ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା । ଏଥିରେ ‘ବୈଜ୍ଞାନିକ ପ୍ରଣାଳୀରେ ଲଘୁଶସ୍ୟ ଚାଷ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିବାବେଳେ ପ୍ରଗତିଶୀଳ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ସହିତ ମାଣ୍ଡିଆ ଚାଷର ବିଭିନ୍ନ ବୈଜ୍ଞାନିକ ଦିଗ ଉପରେ ଆଲୋଚନା ଓ କୃଷକମାନଙ୍କ ମତ ବିନିମୟ କରାଯାଇଥିଲା ।
ଏହି ଅବସରରେ ଶସ୍ୟ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ର୍ରଫେସର ବାସୁଦେବ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି ଦିବସ ମୁଖ୍ୟ ଉଦ୍ଦେଶ୍ୟ ଓ ଏହାର ମହତ୍ୱ ବିଷୟରେ ମତବ୍ୟକ୍ତ କରିଥିବା ବେଳେ ଶସ୍ୟ ବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଶୁଭପ୍ରଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
📲Get App