🔥 ट्रेंडिंग अनुष्का शेट्टी ने हैदराबाद घर बेचा, टो... तेलुगु फिल्मों से स्रीलीला की अनुपस्थि... डेमोक्रेटिक सांसदों ने इरान युद्ध प्रत... सरकार ने एंटीमाइक्रोबियल निगरानी के लि... त्रिपुरा के जल एवं पूर्वी मंत्री ने कै... हिमाचल प्रदेश में साईबेरियन प्रवासी पक...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ପ୍ରଧାନମନ୍ତ୍ରୀ ପଦକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ସୋନିଆ ଗାନ୍ଧୀ, ମଧ୍ୟରାତ୍ରିରେ ରାହୁଲଙ୍କ ସହ କରିଥିଲେ ଆଲୋଚନା

✍️ रिपोर्टर: Deepak Mahapatra 🗓 11 नव. 2026, 01:35 PM 👁 71
शेयर करें: 💬 WhatsApp 📘 Facebook 𝕏 Post
୨୦୦୪ ମସିହାର ଲୋକସଭା ନିର୍ବାଚନ ଭାରତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ପରାସ୍ତ କରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କେନ୍ଦ୍ରରେ ସରକାର ଗଠନ କରିବାକୁ ସଫଳ ହୋଇଥିଲା। ଏହି ବିଜୟ ପରେ କଂଗ୍ରେସର ତତ୍କାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ପ୍ରସ୍ତାବ ଆସିଥିଲା। ହେଲେ ଏହି ପଦକୁ ନେଇ ସୋନିଆଙ୍କ ମନରେ ଦ୍ୱନ୍ଦ୍ୱ ରହିଥିଲା। ଏପରିକି ଏହି ନିଷ୍ପତ୍ତିକୁ ନେଇ ପରିବାର ମଧ୍ୟରେ ଭାବପ୍ରବଣ ଆଲୋଚନା ହୋଇଥିଲା।
ସୋନିଆ ଗାନ୍ଧୀଙ୍କ ପୁସ୍ତକ 'Belonging: A Journey of Love'ରେ ଏହି ଘଟଣା ସମ୍ପର୍କରେ ଅନେକ ରୋଚକ ତଥ୍ୟ ସ୍ଥାନ ପାଇଛି। ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି ଯେ, ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ହିଁ ସେ ନିଜ ପିଲା ରାହୁଲ ଓ ପ୍ରିୟଙ୍କାଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଥିଲେ।
ସେତେବେଳେ ତାଙ୍କ ପିଲାମାନେ ପଚାରିଥିଲେ ଯେ, ୟୁପିଏ ନିର୍ବାଚନ ଜିତିଲେ ସେ କ'ଣ ପ୍ରଧାନମନ୍ତ୍ରୀ ହେବେ? ଏହାର ଉତ୍ତରରେ ସୋନିଆ ସ୍ପଷ୍ଟ ଭାବେ ମନା କରିଦେଇଥିଲେ। ତାଙ୍କ କହିବା ଅନୁସାରେ, ସେତେବେଳେ ଏହି ପଦ ଗ୍ରହଣ କରିବା ନେଇ ତାଙ୍କର କୌଣସି ଇଚ୍ଛା ନଥିଲା। ପୁଣିଥରେ ରାହୁଲ ଓ ପ୍ରିୟଙ୍କା ନିଷ୍ପତ୍ତି ବିଷୟରେ ନିଶ୍ଚିତ ହେବାକୁ ପଚାରିଥିଲେ ମଧ୍ୟ ସୋନିଆ ନିଜ ମତରେ ଅଟଳ ରହିଥିଲେ।
ସହଯୋଗୀଙ୍କ ଚାପରେ ବଦଳିଥିଲା ନିଷ୍ପତ୍ତି
ନିର୍ବାଚନରେ ୟୁପିଏର ବିଜୟ ପରେ ପରିସ୍ଥିତି ବଦଳିଯାଇଥିଲା। ୧୦ ଜନପଥସ୍ଥିତ ବାସଭବନରେ ଦଳୀୟ ନେତା ଓ ସହଯୋଗୀଙ୍କ ସହ ହୋଇଥିବା ବୈଠକରେ ସୋନିଆଙ୍କୁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ବାରମ୍ବାର ଅନୁରୋଧ କରାଯାଇଥିଲା। ନେତାମାନଙ୍କ ଚାପ ଏତେ ବଢ଼ିଥିଲା ଯେ, ଶେଷରେ ସେ ଅନିଚ୍ଛା ସତ୍ତ୍ୱେ ଧୀର ସ୍ୱରରେ ସମ୍ମତି ଜଣାଇଥିଲେ।
ହେଲେ ଏହି ଖବର ପରିବାର ମଧ୍ୟରେ ନୂଆ ଭାବପ୍ରବଣ ପରିସ୍ଥିତି ସୃଷ୍ଟି କରିଥିଲା। ବୈଠକ କକ୍ଷ ବାହାରେ ଅପେକ୍ଷା କରିଥିବା ପ୍ରିୟଙ୍କା ମାଆଙ୍କ ସମ୍ମତି ବିଷୟରେ ଜାଣିବା ପରେ ଭାଙ୍ଗି ପଡ଼ିଥିଲେ। ସେ କାନ୍ଦି କାନ୍ଦି ରାହୁଲଙ୍କୁ ଖୋଜି ତାଙ୍କ ପାଖରେ ପହଞ୍ଚିଥିଲେ।
ମାଆଙ୍କ ନିଷ୍ପତ୍ତିରେ ଖୁସି ନଥିଲେ ରାହୁଲ
ସେହି ସମୟରେ ରାହୁଲ ନିଜ କୋଠରୀରେ ଥିଲେ। ପ୍ରିୟଙ୍କାଙ୍କଠାରୁ ମାଆଙ୍କ ନିଷ୍ପତ୍ତି ଶୁଣିବା ପରେ ଦୁହେଁ ଚିନ୍ତିତ ହୋଇ ସୋନିଆଙ୍କ ପାଖକୁ ଯାଇଥିଲେ। ସୋନିଆ ନିଜ ଉପରେ ନେତାମାନଙ୍କ ଚାପ ଥିବା କଥା ପୁଅ ରାହୁଲଙ୍କୁ ବୁଝାଇଥିଲେ। କିନ୍ତୁ ରାହୁଲ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ।
ମାଆଙ୍କ ନିଷ୍ପତ୍ତି ଯୋଗୁଁ ପରିବାର ଉପରେ କ'ଣ ପ୍ରଭାବ ପଡ଼ିବ, ସେନେଇ ସେ ଚିନ୍ତା ପ୍ରକାଶ କରିଥିଲେ। ଅନ୍ୟପଟେ ପ୍ରିୟଙ୍କା ମଧ୍ୟ ମାଆଙ୍କୁ ନିଜ ଇଚ୍ଛା ବିରୋଧରେ କୌଣସି ପଦ ଗ୍ରହଣ ନକରିବାକୁ ଅନୁରୋଧ କରିଥିଲେ।
କିଛି ଘଣ୍ଟା ପରେ ରାହୁଲଙ୍କୁ ଜଣାଇଲେ ଅନ୍ତିମ ନିଷ୍ପତ୍ତି
ଏହି ଘଟଣାର କିଛି ଘଣ୍ଟା ପରେ ସୋନିଆ ରାହୁଲଙ୍କ କୋଠରୀକୁ ଯାଇଥିଲେ। ସେଠାରେ ସେ ପୁଅଙ୍କୁ ନିଜର ଅନ୍ତିମ ନିଷ୍ପତ୍ତି ଜଣାଇଥିଲେ। ସୋନିଆ କହିଥିଲେ ଯେ, ସେ ଆଉ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ଏବଂ ପୂର୍ବ ନିଷ୍ପତ୍ତିରେ ଅଟଳ ରହିବେ। ମାଆଙ୍କ ଏହି କଥା ଶୁଣିବା ପରେ ରାହୁଲ ତାଙ୍କୁ ଆଲିଙ୍ଗନ କରିଥିଲେ। ମାଆଙ୍କ ନିଷ୍ପତ୍ତିକୁ ସେ ଠିକ୍ ବୋଲି କହିଥିଲେ।
ଶେଷରେ ୨୦୦୪ରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନକରିବାର ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ଡ. ମନମୋହନ ସିଂହ ୟୁପିଏ ସରକାରର ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତୀୟ ରାଜନୀତିର ଏହି ଘଟଣା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଓ ପାରିବାରିକ ଭାବନାର ଏକ ଚର୍ଚ୍ଚିତ ଅଧ୍ୟାୟ ହୋଇ ରହିଛି।
📲Get App