🔥 TRENDING କାମାକ୍ଷାନଗର ଚିକିତ୍ସାଳୟରେ ଡାକ୍ତରଙ୍କ ମଦ... Rajasthan Power Corp to Conduct JE Rec... How to Check Rajasthan 2026 Panchayat... ED Seizes Properties Worth Rs 16 Cr in... स्थानीय क्रिकेट टूर्नामेंट सुबह 8 बजे... मुख्यमंत्री डॉ. मोहन यादव का रीवा हवाई...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଆଉ ଏକ ଏତଲା, ଏତଲା ଦେଲେ ପୂର୍ବତନ ବାଲେଶ୍ୱର ଜେଲର

✍️ Reporter: Deepak Mahapatra 🗓 11 Nov 2026, 01:07 PM 👁 77
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ବର : ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢୁଛି। ପୂର୍ବତନ ବାଲେଶ୍ୱର ଜେଲର ପ୍ରଦୀପ୍ତ କୁମାର ମହାଳିକ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଏକ ସାଂଘାତିକ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ ଜେଲରେ ଥିବା ଜଣେ କଏଦୀଙ୍କୁ ବ୍ରାଉନସୁଗାର ମାମଲାରେ ଫସାଇବା ପାଇଁ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥ ତାଙ୍କ ଉପରେ ଚାପ ପକାଉଥିବା ନେଇ ଅଭିଯୋଗ ହୋଇଛି। ଏହି ନିର୍ଦ୍ଦେଶ ନ ମାନିବାରୁ ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ କୁମାର ମହାଳିକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଏହି ଘଟଣା ନେଇ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ଏହାପୂର୍ବରୁ ଚୌଦ୍ୱାର ସର୍କଲ ଜେଲର ଜଣେ ପୂର୍ବତନ ମହିଳା ଜେଲର ମଧ୍ୟ ସୁଶାନ୍ତ ନାଥଙ୍କ ନାଁରେ ଯୌନ ଉତ୍ପୀଡ଼ନ ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ, ଯାହାକୁ ନେଇ ପୂର୍ବରୁ ମାମଲା ରୁଜୁ ହୋଇସାରିଛି ଏବଂ ଏହି ମାମଲାରେ କୋର୍ଟରେ ମଧ୍ୟ ଶୁଣାଣି ଚାଲିଛି।
📲Get App