🔥 TRENDING ଗଞ୍ଜାମରେ 1,38,000 ଲୋକଙ୍କୁ ବିପଦ୍‌ ନିମନ୍... બોટાદ તાલુકા ના ઝમરાળા ગામ ના બન્ને પર... Karnataka Strengthens Lead in Hosting... Suspense Persists Over Rajasthan Crick... વિરમગામ તાલુકામાં ડાંગર કાપવાના કટરથી... Six dead, six injured in two road acci...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

୪ ଜଣ ଆତଙ୍କବାଦୀଙ୍କୁ ଖୋଜୁଛି କଶ୍ମୀର ପୋଲିସ, ଜାରି ହେଲା ପୋଷ୍ଟର୍

✍️ Reporter: Deepak Mahapatra 🗓 11 Nov 2026, 01:28 PM 👁 77
Share: 💬 WhatsApp 📘 Facebook 𝕏 Post
ଜମ୍ମୁ କାଶ୍ମୀର ପୋଲିସ ସୀମାରେ ସକ୍ରିୟ ଥିବା କିଛି ଆତଙ୍କବାଦୀଙ୍କୁ ଧରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି । ପୋଲିସ ଶ୍ରୀନଗରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଲସ୍କର-ଏ-ତୋଏବା ସଦସ୍ୟ ମହମ୍ମଦ ଲତୀଫ ଭଟ ସମେତ ମୋଟ ୪ ଜଣ ଆତଙ୍କୀଙ୍କ ଫଟୋ ଜାରି କରିଛି । ମହମ୍ମଦ ଲତୀଫ ଭଟ , ବିଲାଲ ଅହମଦ ମୀର, ମୋହମ୍ମଦ ଉମର ମୀର ଏବଂ ଆବିଦ କୟୁମ ଲୋନର ଫଟୋ ଜାରି କରାଯାଇଛି । ଲାଲ ଚୌକ ଏବଂ ପ୍ରତାପ ପାର୍କ ନିକଟରେ ଆତଙ୍କୀଙ୍କ ପୋଷ୍ଟର୍ ଲଗାଯାଇଛି । ଯେଉଁମାନେ ଏମାନଙ୍କ ସମ୍ପର୍କରେ ଖବର ଦେବେ ସେମାନଙ୍କୁ ୧୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରାଯାଇଛି ।
ଏହି ତଲାସୀ ଅଭିଯାନରେ ମୁଖ୍ୟ ଆସାମୀ ହେଉଛି ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାର ବାସିନ୍ଦା ମହମ୍ମଦ ଲତୀଫ ଭଟ ଓରଫ୍ ଅବଦୁଲ ଲତୀଫ ଭଟ । ଲତୀଫ ଜଣେ କଟ୍ଟର ଆତଙ୍କବାଦୀ । ଗତ ଜୁଲାଇରେ ଅନନ୍ତନାଗ ଜିଲ୍ଲାରେ ଜଣେ ପୋଲିସ ଅଧିକାରୀଙ୍କ ହତ୍ୟା ଏବଂ ଅନ୍ୟ କର୍ମଚାରୀଙ୍କୁ ଟାର୍ଗେଟ୍ କରିବା ଭଳି ଅଭିଯୋଗ ରହିଛି । ସେହିପରି ଅନ୍ୟ ତିନି ଜଣ ବିଲାଲ ଅହମଦ ମୀର, ମୋହମ୍ମଦ ଉମର ମୀର ଏବଂ ଆବିଦ କୟୁମ ଲୋନର ବଲମୁଲା ଜିଲ୍ଲାର ବାସିନ୍ଦା ଅଟନ୍ତି । ଏମାନେ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଅଛନ୍ତି । ପୋଲିସ ଜନତାଙ୍କୁ ଆହ୍ୱାନ କରିଛି ଯେ ଉପରୋକ୍ତ ୪ ଜଣ ଆତଙ୍କବାଦୀଙ୍କୁ ଧରାଇ ଦେଲେ ଆକର୍ଷଣୀୟ ପୁରସ୍କାର ରାଶି ପ୍ରଦାନ କରାଯିବା ସହିତ ସେମାନଙ୍କ ପରିଚୟକୁ ଗୋପନୀୟ ରଖାଯିବ ।
ଏହି ପଦକ୍ଷେପ କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀଙ୍କ ଶେଷ ଚିହ୍ନକୁ ପୋଛି ଦେବା ପାଇଁ ଏକ ନୂତନ ଏବଂ ସମନ୍ୱିତ ପ୍ରୟାସର ଏକ ଅଂଶ ବୋଲି ପୋଲିସ କହିଛି । ପୋଲିସ ଏବଂ ସୁରକ୍ଷା ବାହିନୀ ଯେକୌଣସି ଅବଶିଷ୍ଟ ଆତଙ୍କବାଦୀ ନେଟୱାର୍କକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବାକୁ ଚାହାଁନ୍ତି ଯାହା ଦ୍ଵାରା ଉପତ୍ୟକା ଆତଙ୍କବାଦର ଛାୟାରୁ ମୁକ୍ତ ହୋଇପାରିବ।
📲Get App