🔥 TRENDING Unakoti District Launches JJM 2.0 Wate... Tripura CM attributes BJP's rising pop... India's First Organized Donkey Farm La... Himachal Pradesh Introduces Bill to Si... Himachal Pradesh to levy environmental... 12 killed in two separate road crashes...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

୧୩ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ; ଜାଣନ୍ତୁ, ଆଗାମୀ ୭ ଦିନ କେମିତି ରହିପାରେ ପାଗ

✍️ Reporter: Deepak Mahapatra 🗓 11 Nov 2026, 12:57 PM 👁 82
Share: 💬 WhatsApp 📘 Facebook 𝕏 Post
୧୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତା’ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ବାଦଲ ଆସିପାରେ, କିନ୍ତୁ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।
ସେ କହିଛନ୍ତି, ଆଗାମୀ ୭ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାନା ରହିଛି। ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ତା’ ସହିତ ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ, ଯେପରିକି- ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, କୋରାପୁଟ, ନୟାଗଡ଼ ଓ କଟକ ଆଦି ଜିଲ୍ଲାଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ଆଗାମୀ ୭ ଦିନ ମଧ୍ୟରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
ସମତଳ ଅଞ୍ଚଳଗୁଡ଼ିକୁ ବିଚାରକୁ ନେଲେ ଗତ ୨୪ ଘଣ୍ଟାରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଥିଲା ଫୁଲବାଣୀରେ । ଏଠାରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ହିଲ୍‌ ଷ୍ଟେସନଗୁଡ଼ିକ ମଧ୍ୟରେ ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୧୧.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ ରହିଥିଲା। କଟକରେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୧୮.୫ ଡିଗ୍ରୀ ସେଲ୍‌ସିୟସ ରହିଥିଲା ବୋଲି କହିଛନ୍ତି ମନୋରମା ମହାନ୍ତି।
ସେ କହିଛନ୍ତି, ମୋଟାମୋଟି ଭାବେ ଏବେ ସ୍ୱାଭାବିକ ତାପମାତ୍ରା ଯେତିକି ରହିବା କଥା ସେତିକି ରହିଛି। କାଁ ଭାଁ ସ୍ଥାନରେ ଏହା ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି। ଝାରସୁଗୁଡ଼ା ଓ ହୀରାକୁଦରେ ତାପମାତ୍ରା ଯଥାକ୍ରମେ ୩.୪ ଓ ୩.୨ ଡିଗ୍ରୀ ସେଲ୍‌ସିୟସ ଖସିଛି। ଅପରପକ୍ଷରେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୫.୨ ଡିଗ୍ରୀ ସେଲ୍‌ସିୟସ ଅଧିକ ରହିଛି।
📲Get App