🔥 TRENDING କାମାକ୍ଷାନଗର ଚିକିତ୍ସାଳୟରେ ଡାକ୍ତରଙ୍କ ମଦ... Rajasthan Power Corp to Conduct JE Rec... How to Check Rajasthan 2026 Panchayat... ED Seizes Properties Worth Rs 16 Cr in... स्थानीय क्रिकेट टूर्नामेंट सुबह 8 बजे... मुख्यमंत्री डॉ. मोहन यादव का रीवा हवाई...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ଧୀରେ ଧୀରେ ଖସୁଛି ପାରଦ, ରାଜ୍ୟର ପ୍ରାୟ ୬ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ

✍️ Reporter: Deepak Mahapatra 🗓 11 Nov 2026, 01:04 PM 👁 86
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ବିଳମ୍ବରେ ଆସି ସବୁଠି ଛୁଇଁଛି ପହିଲି ଶୀତ । ଦକ୍ଷିଣ, ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଶୀତ ଅନୁଭୂତ ହୋଇଛି।ରାଜ୍ୟର ଅଳ୍ପ କିଛି ଉପକୂଳ ଅଞ୍ଚଳକୁ ଛାଡ଼ିଦେଲେ ପ୍ରାୟ ସବୁଠି ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ରାଜ୍ୟର ପ୍ରାୟ ୬ଟି ସ୍ଥାନରେ ସୋମବାର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ଭିତରେ ପହଞ୍ଚିଥିଲା ।
୧୫ ଡିଗ୍ରୀ ସେଲସିୟସ୍‌ ଭିତରେ ଥିବା ରାଜ୍ଯର ୬ ସ୍ଥାନ ମଧ୍ଯରେ ରହିଛି। ସେମିଳିଗୁଡ଼ାରେ ରାତି ତାପମାତ୍ରା ୧୧.୬ ଡିଗ୍ରୀ ସେଲସିୟସ୍‌ । ଜି.ଉଦୟଗିରି ୧୨.୪,ଦାରିଙ୍ଗିବାଡ଼ି ୧୪, ଫୁଲବାଣୀ ୧୪.୫, ଝାରସୁଗୁଡ଼ା ୧୪.୫ ଓ ଭବାନୀପାଟଣା ୧୪.୬ ଡିଗ୍ରୀ ସେଲସିୟସ । ସେହିପରି କୋରାପୁଟ ଓ କଟକ-ଭୁବନେଶ୍ୱରରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି ।
ସବୁଠାରୁ ବିଚିତ୍ର ପାଗ ଥିଲା କୋରାପୁଟ ଜିଲ୍ଲାରେ । କୋରାପୁଟ ସହରରେ ରାତି ତାପମାତ୍ରା ୨୦ ଡିଗ୍ରୀ ଥିଲା, ଯାହାକି ସ୍ୱାଭାବିକ ତୁଳନାରେ ୫.୨ ଡିଗ୍ରୀ ଅଧିକ । ମାତ୍ର କୋରାପୁଟ ସହରଠାରୁ ମାତ୍ର ୨୦-୨୨ କିମି ଦୂର ସେମିଳିଗୁଡ଼ାରେ ରାତି ତାପମାତ୍ରା ୧୧.୬ ଡିଗ୍ରୀ ଥିଲା । କୋରାପୁଟଠାରୁ ପ୍ରାୟ ୮.୪ ଡିଗ୍ରୀ କମ୍‌ ।
ପାଣିପାଗ ବିଭାଗର ଆକଳନ ଅନୁସାରେ , ବର୍ତ୍ତମାନ ଏଭଳି ପାଗ ପ୍ରାୟ ୭ ଦିନ ଧରି ରହିବ । ସପ୍ତାହେ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ପ୍ରାୟତଃ ନାହିଁ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ହେଲେ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିନପାରେ । ଓଡ଼ିଶାକୁ ବାଦଲ ଆସିପାରେ, ମାତ୍ର ବର୍ଷା ସମ୍ଭାବନା କମ୍‌ । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ।
📲Get App