🔥 TRENDING वाराणसी में गुमशुदा बच्चों की बरामदगी... 🚨 અડતાળામાં પાણીના વિવાદ બાદ પોલીસનો... कार्तिक मेले में श्रद्धालुओं से Need 2... Drishti IAS Releases Daily Madhya Prad... बिहार में दवा दुकानों पर औषधि नियंत्रण... Sidhu Moosewala’s Father Balkaur Singh...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Travel

ଦୁର୍ଘଟଣା : ୨ ଯାତ୍ରୀ ଗୁରୁତର, ୪୫ ଜଣ ଉଦ୍ଧାର

✍️ Reporter: Deepak Mahapatra 🗓 11 Nov 2026, 01:04 PM 👁 80
Share: 💬 WhatsApp 📘 Facebook 𝕏 Post
ବାରିପଦା: ମୟୂରଭଞ୍ଜ ଝାରପୋଖରିଆ ଥାନା ବମ୍ୱେ ଛକ ନିକଟ ୧୮ ନଂ ଜାତୀୟ ରାଜପଥରେ ବସ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଯୋଗୁ ୨ ଯାତ୍ରୀ ଗୁରୁତର ଥିବାବେଳେ ୪୫ ଜଣଙ୍କୁ ବାଙ୍ଗିରିପୋଷି ଓ ସାରସକଣା ଅଗ୍ନିଶମ ଟିମ୍‌ ଉଦ୍ଧାର କରିଛନ୍ତି। ବସ୍ ଟି ଭୁବନେଶ୍ୱରରୁ ଦିଲ୍ଲୀ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏନେଇ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ପକ୍ଷରୁ ସୂଚନା ରହିଛି।
ସୂଚନା ଅନୁଯାୟୀ ଶ୍ୟାମଳୀ ନାମକ ବସ୍ ନିୟମିତ ଦିଲ୍ଲୀରୁ ଭୁବନେଶ୍ୱର ଯିବା ଆସିବା କରେ। ତେବେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଘଟଣା ଘଟିଛି ବୋଲି ଅନୁମାନ କରାଯାଇଛି। ପୋଲିସ୍ ବସ୍ କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ଯରୁ ଅନେକ ବାହାର ରାଜ୍ଯର ଅଟନ୍ତି।
📲Get App