🔥 TRENDING जैसलमेर में पंचायत समिति व जिला परिषद... नशे के खिलाफ एकजुट हुए एकाढ़ा के छात्र... कायाकल्प अभियान के तहत स्कूलों की व्यव... Azam Khan: Today's Congress Leadership... Uttar Pradesh plants over 40 crore tre... Azam Khan mocks Asaduddin Owaisi with...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Travel

ଆସାମରେ ଟ୍ରେନ୍ ଦୁର୍ଘଟଣା, ୬ଟି ବଗି ଲାଇନଚ୍ୟୁତ, ଉଦ୍ଧାରକାର୍ଯ୍ୟ ଜାରି

✍️ Reporter: Deepak Mahapatra 🗓 11 Nov 2026, 01:32 PM 👁 82
Share: 💬 WhatsApp 📘 Facebook 𝕏 Post
ବୁଧବାର ସକାଳେ ଆସାମରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଯାଇଛି । ମିଜୋରାମରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କୋଲକାତା-ସୈରାଙ୍ଗ ଏକ୍ସପ୍ରେସ ଗୌହ୍ୱାଟୀରୁ କିଛି ଦୂରରେ ଥିବା ଦିଗାରୁ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ପୂର୍ବତଟ ସୀମା ରେଳ ବିଭାଗ ସିପିଆରଓଙ୍କ ସୂଚନା ମୁତାବକ, ବୁଧବାର ସକାଳ ୬ଟା ବାଜି ୫୪ ମିନିଟ୍ ସମୟରେ ଦିଗାରୁ ରେଳ ଷ୍ଟେସନ ନିକଟରେ ଅନ୍ୟ ଏକ ଟ୍ରେନକୁ ରାସ୍ତା ଦେବାକୁ କୋଲକାତା-ସୈରାଙ୍ଗ (୧୩୧୨୫) ଟ୍ରେନକୁ ଅଟକାଯାଉଥିଲା । ଏହି ସମୟରେ ଲୋକୋ ପାଇଲଟ୍ ଟ୍ରେନର ଗତିକୁ ନିୟନ୍ତ୍ରଣରେ ରଖି ପାରିନ ଥିଲେ । ଫଳରେ ଲୋକୋ ପାଇଲଟଙ୍କ ବଗି ସମେତ ୬ଟି ବଗି ଓଲଟି ପଡ଼ିଥିଲା ।
ଦୁର୍ଘଟଣା ପରେ ତୁରନ୍ତ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଫସି ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି । କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିନଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଅନୁମାନ କରାଯାଉଛି ।
ସେହିପରି ଯାତ୍ରୀମାନଙ୍କୁ ଅନ୍ୟ ଏକ ଟ୍ରେନ୍ ସାହାଯ୍ୟରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି । ବିଭାଗୀୟ ଜେନେରାଲ ମ୍ୟାନେଜର୍ ଏବଂ ଅନ୍ୟ ପ୍ରମୁଖ ଅଧିକାରୀଗଣ ଘଟଣା ସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ତଦାରଖ କରିବା ସହିତ ଯାଞ୍ଚ କରୁଛନ୍ତି ।
📲Get App