🔥 TRENDING Rajasthan United eye back-to-back wins... Hisar-Jodhpur Express Resumes Operatio... Drone discovered in residential area n... କାମାକ୍ଷାନଗର ଚିକିତ୍ସାଳୟରେ ଡାକ୍ତରଙ୍କ ମଦ... Rajasthan Power Corp to Conduct JE Rec... How to Check Rajasthan 2026 Panchayat...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

୧୮ରେ ଅଁଳା ନବମୀ, ସାକ୍ଷୀଗୋପାଳରେ ମିଳିବ ରାଧା ପାଦ ଦର୍ଶନ; ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ

✍️ Reporter: Deepak Mahapatra 🗓 10 Nov 2026, 01:14 PM 👁 72
Share: 💬 WhatsApp 📘 Facebook 𝕏 Post
ପୁରୀ: ଆସୁଛି ଭକ୍ତି ଓ ଆଧ୍ୟାତ୍ମିକତାର ମହାପର୍ବ ଅଁଳା ନବମୀ। ପୁରୀ ଜିଲ୍ଲା ସତ୍ୟବାଦୀସ୍ଥିତ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ନଭେମ୍ବର ୧୮ ତାରିଖରେ ଧୁମ୍‌ଧାମରେ ପାଳନ ହେବ ଅଁଳା ନବମୀ। ଏହି ପବିତ୍ର ଦିନରେ ଭକ୍ତମାନେ ମା' ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ କରିବାର ସୁଯୋଗ ପାଇବେ। ଏଥିପାଇଁ ସାକ୍ଷୀଗୋପାଳ ସେବାୟତ ସଂଘ ପକ୍ଷରୁ ଦେବନୀତିର ସମୟ ନିର୍ଘଣ୍ଟ ପ୍ରକାଶ କରାଯାଇଛି।
ରାତି ୧ଟାରୁ ଆରମ୍ଭ ହେବ ନୀତିକାନ୍ତି
ଅଁଳା ନବମୀ ଦିନ ରାତି ୧ଟାରେ ମନ୍ଦିର ଦ୍ୱାର ଫିଟାଯିବ। ଏହାପରେ ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହେବ। ଭୋର ୫ଟାରୁ ୬ଟା ମଧ୍ୟରେ ସେବାୟତ ଓ କର୍ମଚାରୀ ପରିବାରଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିଛି। ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସାହାଣ ମେଲା ଓ ସର୍ବସାଧାରଣ ଦର୍ଶନ ଜାରି ରହିବ।
ନଭେମ୍ବର ୨୧ରେ ବଡ଼ ଏକାଦଶୀ, ହେବ ଲକ୍ଷ୍ମୀନାରାୟଣ ବେଶ
ସେହିପରି ନଭେମ୍ବର ୨୧ ତାରିଖରେ ବଡ଼ ଏକାଦଶୀ ପାଳନ ହେବ। ଏଥିପାଇଁ ରାତି ୨ଟାରେ ମନ୍ଦିର ଦ୍ୱାର ଫିଟାଯିବ। ବିଭିନ୍ନ ନୀତିକାନ୍ତି ପରେ ରାତି ୩ଟାରୁ ୪ଟା ମଧ୍ୟରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ।
ସକାଳ ୬ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ସେବାୟତ ପରିବାର ଓ ମନ୍ଦିର କର୍ମଚାରୀଙ୍କ ଦର୍ଶନ ବ୍ୟବସ୍ଥା ରହିବ। ଏହାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ରାତି ୧୧ଟା ୩୦ ମିନିଟ୍‌ରେ ଦେବନୀତି ଆରମ୍ଭ ହୋଇ ପହୁଡ଼ ପଡ଼ିବ।
ସାକ୍ଷୀଗୋପାଳ ସେବାୟତ ସଂଘର ସଭାପତି ଗଦାଧର ମହାପାତ୍ର ଓ ସମ୍ପାଦକ ଉମେଶ ଚନ୍ଦ୍ର ନନ୍ଦ ଏହି ନୀତି ନିର୍ଘଣ୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି।ଅଁଳା ନବମୀରେ ମା' ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ ଏବଂ ବଡ଼ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି।
📲Get App