🔥 ट्रेंडिंग উৎসবের আনন্দের মাঝেই শোকের ছায়া! বেলড... एक सर्वेक्षण चल रहा है ग्रामीण की जमीन पर अवैध अतिक्रमण हरियाणा सरकार ने 32 IFS अधिकारियों का... उत्तर भारत में सर्दियों का वायु प्रदूष... सीजीबीएसई ने 2027 के 10वीं और 12वीं बो...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
सरकारी योजना

ଆଜି ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

✍️ रिपोर्टर: Deepak Mahapatra 🗓 10 नव. 2026, 12:54 PM 👁 84
शेयर करें: 💬 WhatsApp 📘 Facebook 𝕏 Post
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟର ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବାଣ୍ଟିବେ। ମଧୁବାବୁ ପେନସନ ଯୋଜନା ଅଧୀନରେ ୫ ଲକ୍ଷ ୫ ହଜାର ୮୧୭ ଜଣ ନୂଆ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁଯାୟୀ ସ୍ଥାନୀୟ ପୁଲିସ୍‌ ଲାଇନ ପଡ଼ିଆରେ ପହଞ୍ଚିବେ । ସେଠାରେ ଆୟୋଜିତ ସାଧାରଣ ସଭାରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଉଚ୍ଚ ଶିକ୍ଷା, କ୍ରୀଡ଼ା, ଯୁବ ବ୍ୟପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବାଲେଶ୍ୱର, ଭଦ୍ରକ ସାଂସଦ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ଅତିଥିମାନେ ୟୁପିଏମପି ପୋର୍ଟାଲକୁ ଲଞ୍ଚ କରିବେ । ଅପରାହ୍ଣ ୧.୦୫ ମିନିଟ୍‌ରେ ଶ୍ରୀ ମାଝୀ ପୁନଶ୍ଚ ଭୁବନେଶ୍ୱର ଫେରିଆସିବେ ।
ଯେଉଁ ହିତାଧିକାରୀମାନେ ପୂର୍ବରୁ କିଛି ମାସ ହେବ ଭତ୍ତା ପାଇ ନାହାଁନ୍ତି, ସେମାନଙ୍କୁ ବକେୟା ଟଙ୍କା ଏକକାଳୀନ ପ୍ରଦାନ କରାଯିବ ।
📲Get App