🔥 TRENDING Cyclone Aqwan 20-21 ତାରିଖରେ ଶିମିଳିପାଳ... ଭୁବନେଶ୍ୱରରେ ଜଳବନ୍ଦୀ, ଗଛ ପଡ଼ିବା ଓ ଅନ୍ୟା... ଗଞ୍ଜାମରେ 1,38,000 ଲୋକଙ୍କୁ ବିପଦ୍‌ ନିମନ୍... બોટાદ તાલુકા ના ઝમરાળા ગામ ના બન્ને પર... Karnataka Strengthens Lead in Hosting... Suspense Persists Over Rajasthan Crick...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

ବୃଦ୍ଧବୃଦ୍ଧା ଓ ଅସହାୟଙ୍କୁ ବଡ଼ ଉପହାର; ପେନସନ୍ ଯୋଜନାରେ ରାଜ୍ୟରେ ଆଉ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ହେବେ ସାମିଲ

✍️ Reporter: Deepak Mahapatra 🗓 10 Nov 2026, 12:53 PM 👁 80
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶାର ଗରିବ, ବୃଦ୍ଧବୃଦ୍ଧା ଓ ଅସହାୟଙ୍କ ପାଇଁ ବଡ଼ ଖବର। ରାଜ୍ୟର ସାମାଜିକ ସୁରକ୍ଷା ପେନସନ୍ ଯୋଜନାରେ ଆଉ ୫ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି।
ସୂଚନା ଅନୁଯାୟୀ, ଯୋଜନାରେ ନୂତନ ଭାବେ ୫,୦୫,୮୧୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ରାଜ୍ୟର ହଜାର ହଜାର ଗରିବ, ଅସହାୟ ଓ ବୟସ୍କ ଲୋକଙ୍କୁ ଆର୍ଥିକ ସହାୟତା ମିଳିବ। ଆସନ୍ତାକାଲି ଏହି ନୂତନ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବା ନେଇ ସୂଚନା ଦିଆଯାଇଛି।
ଏହି ନିଷ୍ପତ୍ତିକୁ ଓଡ଼ିଶା ପାଇଁ ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ପୂର୍ବ ସରକାରଙ୍କ ପେନସନ୍ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ତାଙ୍କ କହିବା ଅନୁଯାୟୀ, ନୂତନ ୫ ଲକ୍ଷ ୫ ହଜାର ୮୦୦ ହିତାଧିକାରୀ ସାମିଲ ହେବା ପରେ ରାଜ୍ୟରେ ମୋଟ ପେନସନ୍ ହିତାଧିକାରୀଙ୍କ ସଂଖ୍ୟା ୬୧ ଲକ୍ଷ ୬୫ ହଜାରରେ ପହଞ୍ଚିବ। ଏହା ଓଡ଼ିଶାରେ ସର୍ବକାଳୀନ ରେକର୍ଡ ବୋଲି ସେ ଦାବି କରିଛନ୍ତି।
ପେନସନ୍ ଯୋଜନାରେ ବଡ଼ ସମ୍ପ୍ରସାରଣ! ନୂଆ ହିତାଧିକାରୀଙ୍କ ସାମିଲ ହେବା ପରେ ରାଜ୍ୟର ଅଧିକ ସଂଖ୍ୟକ ଅସହାୟ ଲୋକଙ୍କୁ ସାମାଜିକ ସୁରକ୍ଷାର ସୁଯୋଗ ମିଳିବାକୁ ଯାଉଛି।
📲Get App