🔥 TRENDING ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବା ଯୁକ୍ତ ୨ ପରୀକ... Cyclone Aqwan 20-21 ତାରିଖରେ ଶିମିଳିପାଳ... ଭୁବନେଶ୍ୱରରେ ଜଳବନ୍ଦୀ, ଗଛ ପଡ଼ିବା ଓ ଅନ୍ୟା... ଗଞ୍ଜାମରେ 1,38,000 ଲୋକଙ୍କୁ ବିପଦ୍‌ ନିମନ୍... બોટાદ તાલુકા ના ઝમરાળા ગામ ના બન્ને પર... Karnataka Strengthens Lead in Hosting...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ପୁରୀ ସମୁଦ୍ରରେ ଅଘଟଣ: ଉଚ୍ଚ ଜୁଆରରେ ଭାସିଗଲେ ୫ ପର୍ଯ୍ୟଟକ, ୨ ମୃତ

✍️ Reporter: Deepak Mahapatra 🗓 10 Nov 2026, 12:59 PM 👁 70
Share: 💬 WhatsApp 📘 Facebook 𝕏 Post
ପୁରୀ: ପୁରୀ ସମୁଦ୍ରକୂଳରେ ସୋମବାର ଅପରାହ୍ନରେ ଘଟିଛି ଏକ ଦୁଃଖଦ ଅଘଟଣ। ସମୁଦ୍ରରେ ଗାଧୋଉଥିବା ସମୟରେ ହଠାତ୍ ଉଚ୍ଚ ଜୁଆର ମାଡ଼ି ଆସିବାରୁ ରାଜସ୍ଥାନରୁ ଆସିଥିବା ୫ ଜଣ ପର୍ଯ୍ୟଟକ ଜଳରେ ଭାସିଯାଇଥିଲେ। ଏହି ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ତିନି ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ରାଜସ୍ଥାନରୁ ୯ ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ। ସୋମବାର ଅପରାହ୍ନ ପ୍ରାୟ ୫ଟା ବେଳେ ସେମାନେ ସମୁଦ୍ରରେ ଗାଧୋଉଥିଲେ। ଏହି ସମୟରେ ହଠାତ୍ ବଡ଼ ଜୁଆର ଆସିବାରୁ ୫ ଜଣ ଏହାର ପ୍ରଭାବରେ ସମୁଦ୍ର ଭିତରକୁ ଟାଣି ହୋଇଯାଇଥିଲେ।
ଘଟଣାର ଖବର ପାଇବା ପରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଲାଇଫ୍ ଗାର୍ଡ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପ୍ରଥମେ ୪ ଜଣଙ୍କୁ ସମୁଦ୍ରରୁ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଇଥିଲା। ତେବେ ଚିକିତ୍ସା ସମୟରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଥିବାରୁ ତାଙ୍କୁ ଖୋଜିବା ପାଇଁ ତଲାସୀ ଅଭିଯାନ ଜାରି ରହିଥିଲା। ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତକଙ୍କ ପରିଚୟ ଚୂତରା ରାମ (୨୩) ଏବଂ ପଦ୍ମା ରାମ (୨୨) ବୋଲି ଜଣାପଡ଼ିଛି। ଅନ୍ୟ ତିନି ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ଅଘଟଣ ପୂର୍ବରୁ ବେଳାଭୂମିରେ ମୁତୟନ ଲାଇଫ୍ ଗାର୍ଡମାନେ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ନଯିବା ଏବଂ ଉଚ୍ଚ ଜୁଆର ସମୟରେ ସତର୍କ ରହିବାକୁ ସଚେତନ କରିଥିଲେ। କିନ୍ତୁ ସତର୍କତାକୁ ଅଣଦେଖା କରି ସେମାନେ ସମୁଦ୍ରରେ ଗାଧୋଉଥିଲେ।
ଏହି ଘଟଣା ପରେ ପୁରୀ ପୋଲିସ ପକ୍ଷରୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି। ଉଚ୍ଚ ଜୁଆର ସମୟରେ ସମୁଦ୍ରରେ ଗାଧୋଇବାରୁ ନିବୃତ୍ତ ରହିବା ସହ ବେଳାଭୂମିରେ ନିୟୋଜିତ ଲାଇଫ୍ ଗାର୍ଡଙ୍କ ନିର୍ଦ୍ଦେଶ ଓ ସତର୍କ ସୂଚନାକୁ ପାଳନ କରିବାକୁ ପୋଲିସ ଅନୁରୋଧ କରିଛି।
📲Get App