🔥 ट्रेंडिंग ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବା ଯୁକ୍ତ ୨ ପରୀକ... Cyclone Aqwan 20-21 ତାରିଖରେ ଶିମିଳିପାଳ... ଭୁବନେଶ୍ୱରରେ ଜଳବନ୍ଦୀ, ଗଛ ପଡ଼ିବା ଓ ଅନ୍ୟା... ଗଞ୍ଜାମରେ 1,38,000 ଲୋକଙ୍କୁ ବିପଦ୍‌ ନିମନ୍... બોટાદ તાલુકા ના ઝમરાળા ગામ ના બન્ને પર... कर्नाटक ने जीसीसी की मेजबानी में बढ़ाय...
19 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

କନ୍ଧମାଳରେ ଶୀତରେ ଲହରି, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

✍️ रिपोर्टर: Deepak Mahapatra 🗓 10 नव. 2026, 12:57 PM 👁 75
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷର ଶୀତର ପ୍ରଭାବ ଧିରେ ଧିରେ ଆରମ୍ଭ ହୋଇଛି । ସକାଳୁ ସକାଳୁ ହାଲୁକା ଶୀତ ଦେହରେ ଶ୍ରୀହରଣ ଖେଳାଇ ଦେଉଛି । ମଙ୍ଗଳବାର ସକାଳେ ବିଭିନ୍ନ ସ୍ଥାନରେ ପାରଦ ତଳକୁ ଖସିଥିବା ଦେଖାଯାଇଛି । କନ୍ଧମାଳରେ ଶୀତ ସହିତ ଘନ କୁହୁଡ଼ି ମଧ୍ୟ ରହିଛି ।
ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪° ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ଦାରିଙ୍ଗିବାଡ଼ି ୧୫, ଭବାନୀପାଟଣା ୧୫, ଝାରସୁଗୁଡ଼ା ୧୬, ନବରଙ୍ଗପୁର ୧୬, କେନ୍ଦୁଝର ୧୬.୬, ରାୟଗଡ଼ା ୧୭ ଡିଗ୍ରୀ ସେଲସିୟସ୍ ଥିଲା ।
ଆଗାମୀ ସପ୍ତାହେ ଯାଏ ଏଭଳି ଥଣ୍ଡା ଅନୁଭୂତ ହେବ । ଗାମୀ ୪୮ରୁ ୭୨ ଘଣ୍ଟା ଭିତରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ। ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୧୨ରୁ ୧୬ ଡିଗ୍ରୀ ରହିପାରେ। ଉପକୂଳ ପାରଦ ୧୭-୨୦ ଡିଗ୍ରୀ ରହିବା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।
📲Get App