🔥 TRENDING Cyclone Aqwan 20-21 ତାରିଖରେ ଶିମିଳିପାଳ... ଭୁବନେଶ୍ୱରରେ ଜଳବନ୍ଦୀ, ଗଛ ପଡ଼ିବା ଓ ଅନ୍ୟା... ଗଞ୍ଜାମରେ 1,38,000 ଲୋକଙ୍କୁ ବିପଦ୍‌ ନିମନ୍... બોટાદ તાલુકા ના ઝમરાળા ગામ ના બન્ને પર... Karnataka Strengthens Lead in Hosting... Suspense Persists Over Rajasthan Crick...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଆସନ୍ତା ୨୬ରେ ମଣିପୁର ଯିବେ ରାହୁଲ, ହିଂସା ପୀଡ଼ିତଙ୍କ ସହିତ କରିବେ ଆଲୋଚନା

✍️ Reporter: Deepak Mahapatra 🗓 09 Nov 2026, 01:48 PM 👁 77
Share: 💬 WhatsApp 📘 Facebook 𝕏 Post
ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରିବେ । ଆସନ୍ତା ୨୬ ତାରିଖରେ ଏକ ଦିବସୀୟ ଗସ୍ତରେ ଇମ୍ଫାଲରେ ମଣିପୁର ହିଂସାରେ ନିଜର ପରିଜନଙ୍କୁ ହରାଇଥିବା ପୀଡ଼ିତ ପରିବାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଚୁରାନ୍ଦାପୁର ଯାଇ ପୀଡ଼ିତ ପରିବାରକୁ ଭେଟିବାର ରହିଛି ।
ମଣିପୁରରେ ଦୀର୍ଘ ସମୟ ଧରି ହିଂସା ଲାଗି ରହିଛି । ନିକଟରେ ଅକ୍ଟୋବର ୩୧ ତାରିଖରେ ଇମ୍ଫାଲରେ ଆଦିବାସୀ ସମ୍ପ୍ରଦାୟ ବିଶାଳ ଶୋଭାଯାତ୍ରା କରିଥିଲେ । ଯେଉଁଥିରେ ମଣିପୁର ହିଂସାକୁ ବନ୍ଦ କରିବା, ଆଦିବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ବିସ୍ଥାପିତ ପରିବାରଙ୍କୁ ପୁନଃ ଥଇଥାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ଏହା କେନ୍ଦ୍ର ସରକାରଙ୍କ ଅନ୍ତିମ ଆହ୍ୱାନ ବୋଲି କହିଥିଲେ ।
📲Get App