🔥 TRENDING बाड़मेर में चुनावी पारा चढ़ा, परिणाम क... Nagaland Unveils New Agarwood Policy t... Two killed, six injured as Fortuner pl... Delhi records season's coldest morning... Health worker’s car seized with foreig... Four dead, three injured in head‑on ca...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

କଟକରେ ତିନି ମହଲା କୋଠାରେ ଲାଗିଲା ନିଆଁ, ଜଳିଗଲା ଶିଶୁ ପୁତ୍ର

✍️ Reporter: Deepak Mahapatra 🗓 09 Nov 2026, 01:17 PM 👁 60
Share: 💬 WhatsApp 📘 Facebook 𝕏 Post
କଟକ: ସୋମବାର ସକାଳେ କଟକର ଦରଘା ବଜାର ଅଞ୍ଚଳର ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରକି ଟେଲର ଗଳିରେ ଥିବା ଅଶୋକ ବଜରିଆଙ୍କ ଘରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଜଣେ ୬ ବର୍ଷର ଶିଶୁ ପୁତ୍ର ଜୀବନ୍ତ ଦଗ୍ଧ ହୋଇଯାଇଛି ।
ପ୍ରାଥମିକ ସୂଚନା ଅନୁସାରେ, ଭୋର ପ୍ରାୟ ୪ଟା ସମୟରେ ଅଶୋକଙ୍କ ଘରେ ନିଆଁ ଲାଗିଥିଲା । ସେହି ସମୟରେ ଘର ଭିତରେ ପ୍ରାୟ ୮ ଜଣ ଲୋକ ଥିଲେ। ଚାହୁଁ ଚାହୁଁ ନିଆଁ ଘର ଭିତରକୁ ବ୍ୟାପିଥିଲା । ଖବର ପାଇ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭା କାର‌୍ୟ୍ୟ ଆରମ୍ଭ କରିଥିଲା । ଘରଟି ମୁଖ୍ୟ ରାସ୍ତାରୁ ପ୍ରାୟ ୨୦୦ ମିଟର ଦୂରରେ ଏବଂ ଏକ ସଂକୀର୍ଣ୍ଣ ଗଳିରେ ଅବସ୍ଥିତ ଥିଲା, ଯାହା ଫଳରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିବା କଷ୍ଟକର ହୋଇପଡୁଥିଲା। ନିଆଁକୁ ଆୟତ୍ତ କରିବାକୁ ନାକେଦମ ହେବାକୁ ପଡ଼ିଥିଲା । ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଏବଂ ଅଗ୍ନି ନିର୍ବାପନ କାର‌୍ୟ୍ୟ ପରେ, ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଉପର ମହଲାରେ ପ୍ରାୟ ୫ ଜଣ ଶୋଇଥିଲେ । ୨ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିଲେ, ବାକି ୩ ଜଣ ଫସିଯାଇଥିଲେ । ଅଗ୍ନିଶମ ବାହିନୀ ପଡ଼ୋଶୀ ଘର ଭିତରେ ଯାଇ ଅଶୋକ ଘରର ଛାତରେ ଥିବା ଲୁହା ଗେଟ୍ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା । ଶେଷରେ ଚଢ଼ି ୩ ଜଣଙ୍କୁ ଉଦ୍ଧାର କରିଥିଲେ । ତେବେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଗୋଟିଏ ଶିଶୁର ମୃତ୍ୟୁ ହୋଇଛି । ବୃଦ୍ଧ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ପୋଲିସ ଯାଞ୍ଚ କରୁଛି ।
📲Get App