🔥 TRENDING West Bengal CM Mamata Banerjee meets A... ଓଡ଼ିଶାର ଡିଜିପି ବିନୟତୋଷ ମିଶ୍ରଙ୍କ କାର୍ଯ୍... Tejashwi Yadav Calls for Bridge Naming... ପୁରୀ ଶ୍ରୀମନ୍ଦିର ଯାତ୍ରୀଙ୍କ ପାଇଁ ପାଣିପାଗ... U.S. Loses Measles Elimination Status... Bihar Government Targets 10% Share in...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଦୀପାବଳିରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର ; ୧୦ ଜଣ ଆହତ, ୭ ଗୁରୁତର

✍️ Reporter: Deepak Mahapatra 🗓 09 Nov 2026, 01:20 PM 👁 71
Share: 💬 WhatsApp 📘 Facebook 𝕏 Post
ପୁରୀ: ଆଲୋକର ପର୍ବ ଦୀପାବଳିରେ ପୁରୀରେ ଏକ ବଡ଼ ଅଘଟଣ ଘଟିଯାଇଛି। ବାଣ ଫୁଟାଇବା ବେଳେ ଦୀପ ନିଆଁରୁ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ଅଭାବନୀୟ ଘଟଣାରେ ୧୦ରୁ ଅଧିକ ଲୋକ ଆହତ ଅଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୭ ଜଣ ଗୁରୁତର ଅଛନ୍ତି।
ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ବଳିଆପଣ୍ଡା ମଦନ ଭିଲା ପଛ ପଟେ ଦିଲ୍ଲୀପ ସିଂହଙ୍କ ଘରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ପ୍ରାୟ ୧୦ ଜଣ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୭ଜଣ ଗୁରୁତର ଥିବା ଜଣାଯାଇଛି, ଯେଉଁଥିରେ ସଞ୍ଜୀବ ସରକାର ମଧ୍ୟ ଅଛନ୍ତି। ସଂଜୀବଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଗୁରୁତରମାନେ ହେଉଛନ୍ତି ସରସ୍ୱତୀ ଦେବନାଥ, ଲୋକନାଥ ବିଶ୍ୱାସ, ଅନୁକୂଳ ବିଶ୍ୱାସ, ଦିଲ୍ଲୀପ ସିଂହ, ତ୍ରିନାଥ ରେଡ୍ଡୀ, ଜଗନ୍ନାଥ ବଳିଆରସିଂ। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବଳିଆପଣ୍ଡା ଓ କୁମ୍ଭାରପଡ଼ା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
📲Get App