🔥 TRENDING ଭୁବନେଶ୍ୱରରେ ଆଗାମୀ ୩ ଘଣ୍ଟାରେ ବର୍ଷା ଏବଂ... West Bengal Board Announces HS 3rd Sem... পিয়ালি রাশ ও গ্রামীন মেলা প্রশাসনিক স... Severe Cyclonic Storm Akvan Nears Indi... Tejashwi Yadav Slams Bihar Government... Bihar Law Department Opens 2026 Recrui...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ମାଛ ମାରିବାକୁ ଯାଇଥିଲେ, ଜାଲରେ ଛନ୍ଦି ହୋଇ ଚାଲିଗଲା ୨ ଜୀବନ

✍️ Reporter: Deepak Mahapatra 🗓 09 Nov 2026, 12:59 PM 👁 67
Share: 💬 WhatsApp 📘 Facebook 𝕏 Post
ମାଛ ମାରିବାକୁ ଯାଇଥିବା ବେଳେ ଜାଲରେ ଛନ୍ଦି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗାଁରେ ଘଟିଛି ଏହି ଘଟଣା।
ଦୁଇ ମୃତକ ହେଉଛନ୍ତି ରିଙ୍କୁ ବର୍ଗେ ଓ ରମେଶ ମହାକୁର। ଉଭୟେ ଗ୍ରାମ ପାଖରେ ଥିବା ଏକ ପୋଖରୀକୁ ମାଛ ମାରିବା ପାଇଁ ଯାଇଥିଲେ। ସେଠାରେ ଜାଲ ପକାଇ ପୋଖରୀ ଭିତରକୁ ଦୁହେଁ ପ୍ରବେଶ କରିଥିଲେ। ହେଲେ ପୋଖରୀ ଭିତରେ ଜାଲ ସହ ଛନ୍ଦି ହେବାରୁ ଆଉ ବାହାରି ପାରିନଥିଲେ ଓ ବୁଡ଼ି ଯାଇଥିଲେ।
ଖୋଜାଖୋଜି କରିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଅତାବିରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଅତାବିରା ପୁଲିସ ମୃତଦେହ ଦୁଇଟିଗୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
📲Get App