🔥 TRENDING West Bengal Board Announces HS 3rd Sem... পিয়ালি রাশ ও গ্রামীন মেলা প্রশাসনিক স... Severe Cyclonic Storm Akvan Nears Indi... Tejashwi Yadav Slams Bihar Government... Bihar Law Department Opens 2026 Recrui... Bihar Launches New Police Data Centre,...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରାଙ୍କ ପରଲୋକ, ରାଜନୈତିକ ମହଲରେ ଶୋକର ଛାୟା

✍️ Reporter: Deepak Mahapatra 🗓 04 Nov 2026, 01:33 PM 👁 67
Share: 💬 WhatsApp 📘 Facebook 𝕏 Post
କଳାହାଣ୍ଡି : ଓଡ଼ିଶା ରାଜନୀତିର ଜଣେ ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ରାସବିହାରୀ ବେହେରାଙ୍କ ପରଲୋକ। ୯୦ ବର୍ଷ ବୟସରେ ଭବାନୀପାଟଣା ସହରସ୍ଥିତ ମହାବୀର ପଡ଼ା ଠାରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବରକୁ ନେଇ ରାଜନୈତିକ ଓ ସାହିତ୍ୟ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି ଭବାନୀପାଟଣା ଠାରେ ତାଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ରହିଛି। ଜଣେ ଦକ୍ଷ ପ୍ରଶାସକ, ଜନପ୍ରିୟ ନେତା ଓ ସାହିତ୍ୟିକ ଭାବେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳର ମହିଚଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରାସବିହାରୀ ବେହେରା। ସେ ୧୯୮୦ ମସିହାରେ କଂଗ୍ରେସରୁ ଟିକେଟ ପାଇ କଳାହାଣ୍ଡି ଲୋକସଭା ଆସନରୁ ସପ୍ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ୧୯୭୭ ଏବଂ ପରବର୍ତ୍ତୀ ସମୟରେ ୧୯୮୫ ମସିହାରେ ଓଡ଼ିଶା ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରିମଣ୍ଡଳରେ ସେ କୃଷି ଓ ସମବାୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।
କେବଳ ରାଜନୀତି ନୁହେଁ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ତାଙ୍କର ଥିଲା ଅନନ୍ୟ ପରିଚୟ । ଉପନ୍ୟାସ ଓ ପ୍ରବନ୍ଧ ରଚନା ସହ ମାସିକ ପତ୍ରିକା 'ସାଗର'ର ସମ୍ପାଦନା କରୁଥିଲେ। ମହାବୀର ସାଂସ୍କୃତିକ ଅନୁଷ୍ଠାନର ସେ ଥିଲେ ପ୍ରତିଷ୍ଠାତା। ଏଥିସହ କଳାହାଣ୍ଡି ଲେଖକ ପରିଷଦର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ୨୦୧୩ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ତାଙ୍କ ବିୟୋଗରେ କେବଳ କଳାହାଣ୍ଡି ନୁହେଁ, ସମଗ୍ର ଓଡ଼ିଶା ଜଣେ ଅଭିଜ୍ଞ ରାଜନେତା ଓ ସାରସ୍ୱତ ସାଧକଙ୍କୁ ହରାଇଲା।
📲Get App