🔥 ट्रेंडिंग ਹੋਟਲ ਵਿੱਚ ਕਤਲ ਦੇ ਬਾਅਦ ਗੰਜਾ ਲੁਕਾਉਣ ਦੀ ਕ... गोपालगंज पहुंचे राजद सुप्रीमो लालू प्र... ବାତ୍ୟା ଆଲର୍ଟ ମଧ୍ୟରେ ରେଳ ଚଳାଚଳ ଦେରୀ: ଭୁ... ଭୁବନେଶ୍ୱରରେ 9 ଲକ୍ଷ ଟଙ୍କା ସାଇବର ଠକେଇ ମା... ଓଡ଼ିଶା ଶାସନ ଭବନରେ ଅପରାହ୍ନ ୪ଟା ଯାଏଁ ହୋହ... ଓଡ଼ିଶା ଶାସନ ର ତ୍ରିତୀୟ ବାତ୍ୟା ମୁକାବିଲା...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

୮ ଲକ୍ଷ ୬୩ ହଜାର ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ କରି ବନ୍ଧା ହେଲେ ବରିଷ୍ଠ ରାଜସ୍ୱ ସହାୟକ

✍️ रिपोर्टर: Deepak Mahapatra 🗓 03 नव. 2026, 01:06 PM 👁 71
शेयर करें: 💬 WhatsApp 📘 Facebook 𝕏 Post
୮ ଲକ୍ଷ ୬୩ ହଜାର ୨୦୦ ଟଙ୍କାର ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ତଥା ବର୍ତ୍ତମାନ ସୋରଡ଼ା ତହସିଲରେ କାର୍ଯ୍ୟରତ ସଦାଶିବ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।
ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରକାରୀ ଅର୍ଥ ହେରଫେର ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା। ୨୦୨୩ ଡିସେମ୍ବରରୁ ୨୦୨୫ ଅଗଷ୍ଟ ମଧ୍ୟରେ ଏହି ଆର୍ଥିକ ଅନିୟମିତତା ହୋଇଥିଲା। ସେତେବେଳେ ସଦାଶିବ ପ୍ରଧାନ ସେଠାରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ କରୁଥିଲେ।
ତଦନ୍ତ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଥିଲା ଯେ ଏହି ସମୟ ମଧ୍ୟରେ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ପ୍ରଧାନ ସରକାରୀ ରସିଦ ବହି ଜରିଆରେ ରେଡ୍‌କ୍ରସ ପାଣ୍ଠି ପାଇଁ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ସଂଗ୍ରହ କରିଥିଲେ। ନିୟମ ଅନୁଯାୟୀ ସଂଗୃହୀତ ଅର୍ଥକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଛତ୍ରପୁର ଶାଖାରେ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପରିବର୍ତ୍ତେ ସେ ସମସ୍ତ ଅର୍ଥ ନିଜସ୍ୱ ସ୍ୱାର୍ଥ ପାଇଁ ଆତ୍ମସାତ୍ କରିଥିଲେ।
ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।
📲Get App