🔥 TRENDING आज राजस्थान के दौसा जिले में सिकंदरा च... पकरीबरावां में ट्रांसफॉर्मर में लगी आग... କାର୍ତ୍ତିକ ମାସରେ ଗୁଣୁପୁର ସହର ଭକ୍ତିମୟ, ଜ... वाराणसी में गुमशुदा बच्चों की बरामदगी... 🚨 અડતાળામાં પાણીના વિવાદ બાદ પોલીસનો... कार्तिक मेले में श्रद्धालुओं से Need 2...
19 Nov 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ, ଅମର ଶହୀଦଙ୍କ ସ୍ମୃତିରେ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

✍️ Reporter: Sukumar Mandal 🗓 30 Oct 2026, 11:40 PM 👁 73
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୩୦ ଅକ୍ଟୋବର: ଜିଲ୍ଲା ପ୍ରଶାସନର ଏକ ଅଭିନବ ଓ ପ୍ରେରଣାଦାୟୀ ପ୍ରୟାସ ସ୍ୱରୂପ ମାଲକାନଗିରି ଜନଜାତି ସଂଗ୍ରହାଳୟ ନିକଟରେ ‘ଶୌର୍ଯ୍ୟ କାଫେ’ର ଶୁଭ ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଆଜି ସମ୍ପନ୍ନ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଚରମ ସୀମାରେ ଥିବା ସମୟରେ ଶାନ୍ତି ଓ ସୁରକ୍ଷା ପ୍ରତିଷ୍ଠା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ବୀର ଯବାନମାନଙ୍କ ସ୍ମୃତି ଓ ସାହସିକତାକୁ ସମ୍ମାନ ଜଣାଇ ଏହି କାଫେ ନିର୍ମାଣ କରାଯାଉଛି। ଏହା ଆଗାମୀ ପିଢ଼ି ମଧ୍ୟରେ ଦେଶପ୍ରେମ, ତ୍ୟାଗ ଓ ସେବା ମନୋଭାବ ଜାଗ୍ରତ କରିବାର ଏକ ପ୍ରେରଣାଦାୟୀ କେନ୍ଦ୍ର ହେବ ବୋଲି ଆଶା ରଖାଯାଇଛି।

ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ମାଲକାନଗିରି ଜିଲ୍ଲାର ଶାନ୍ତି ଓ ପ୍ରଗତି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ଶହୀଦମାନଙ୍କ ନିକଟରେ ଆମେ ଚିର ଋଣୀ। ଶୌର୍ଯ୍ୟ କାଫେ କେବଳ ଏକ ସ୍ମାରକୀ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ତ୍ୟାଗ ଓ ଦେଶମାତୃକାର ସେବାର ଏକ ଜୀବନ୍ତ ପ୍ରେରଣା ହୋଇ ରହିବ।

ସେହିପରି ଉପସ୍ଥିତ ଆରକ୍ଷୀ ଅଧୀକ୍ଷକ କହିଥିଲେ ଯେ, ଆଜି ମାଲକାନଗିରିରେ ଯେଉଁ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି, ତାହା ସୁରକ୍ଷା ବାହିନୀର ଯବାନମାନଙ୍କ ଅଦମ୍ୟ ସାହସ ଓ ବଳିଦାନର ଫଳ। ଏହି ପ୍ରକଳ୍ପ ବୀର ଯବାନମାନଙ୍କ ପ୍ରତି ଜିଲ୍ଲାବାସୀଙ୍କ କୃତଜ୍ଞତା ଓ ସମ୍ମାନର ପ୍ରତୀକ ହୋଇ ରହିବ।

କାର୍ଯ୍ୟକ୍ରମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହଳଧର ଶବରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଅତିଥିମାନେ ଉପସ୍ଥିତ ରହି ଅମର ଶହୀଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ।
📲Get App