🔥 ट्रेंडिंग ବାତ୍ୟା ଆଲର୍ଟ ମଧ୍ୟରେ ରେଳ ଚଳାଚଳ ଦେରୀ: ଭୁ... ଭୁବନେଶ୍ୱରରେ 9 ଲକ୍ଷ ଟଙ୍କା ସାଇବର ଠକେଇ ମା... ଓଡ଼ିଶା ଶାସନ ଭବନରେ ଅପରାହ୍ନ ୪ଟା ଯାଏଁ ହୋହ... ଓଡ଼ିଶା ଶାସନ ର ତ୍ରିତୀୟ ବାତ୍ୟା ମୁକାବିଲା... 19 नवंबर के लिए कई देशों में छुट्टी की... पश्चिम बंगाल की सीएम ममता बनर्जी ने अम...
20 नव. 2026•
ગુજરાતી मराठी ਪੰਜਾਬੀ বাংলা

କାଳିମେଳା ଆଦିବାସୀ କଲୋନୀରେ ବିଧାୟକ ପାଣ୍ଠିରୁ ସୋଲାର ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ

✍️ रिपोर्टर: Sukumar Mandal 🗓 30 अक्टू. 2026, 11:03 PM 👁 75
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, (୩୦ ଅକ୍ଟୋବର) – କାଳିମେଳା ଆଦିବାସୀ କଲୋନୀରେ ବିଧାୟକ ପାଣ୍ଠିରୁ ତିନିଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରାଯାଇଛି। ଏହାଦ୍ୱାରା କଲୋନୀବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି। ରାତି ସମୟରେ ଆଲୋକ ବ୍ୟବସ୍ଥାରେ ସୁଧାର ଆସିବା ସହ ଏହା ଅଞ୍ଚଳବାସୀଙ୍କ ପାଇଁ ଉପକାରୀ ହେବ ବୋଲି ଆଶା କରାଯାଉଛି।
ଏହି ଲାଇଟ୍ ସ୍ଥାପନ ଅବସରରେ ଗ୍ରାମର ବହୁ ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏଥିରେ ବିଜେପି କାଳିମେଳା ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟି, ମଣ୍ଡଳ ଯୁବ ସଭାପତି ମନ୍ମଥ ବିଶ୍ୱାସ, ଶକ୍ତିକେନ୍ଦ୍ର ପ୍ରମୁଖ ପରିତୋଷ ମଣ୍ଡଳ, ସହ-ସଭାପତି ରାଜେନ୍ଦ୍ର ଖିଲ, ଯୁବ କାର୍ଯ୍ୟକର୍ତ୍ତା ସଞ୍ଜୁ ସରକାର ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ରାମଚନ୍ଦ୍ର କାରାମିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଏହି ଜନହିତକର କାର୍ଯ୍ୟ ପାଇଁ କଲୋନୀବାସୀ ବିଧାୟକଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହୃଦୟର ସହ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।
📲Get App