🔥 TRENDING Jharkhand Police Portal Crash Forces R... 92-Year-Old Woman Escapes Nursing Home... TPCC chief accuses BRS of betraying Te... Morning haze lingers in Hyderabad as r... New predatory aquatic insect species i... Cyclone Akvan Forces Cancellation of 4...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Health

ନାବାଳିକାଙ୍କ ପେଟରୁ ବାହାରିଲା ୨୦ କେଜି ଓଜନର ଟ୍ୟୁମର

✍️ Reporter: Deepak Mahapatra 🗓 23 Oct 2026, 12:49 PM 👁 83
Share: 💬 WhatsApp 📘 Facebook 𝕏 Post

ସବୁଆଡ଼ୁ ନିରାଶ ହେବା ପରେ ତୁଳସୀଙ୍କୁ ଧରି ପରିବାର ଲୋକ ଶେଷରେ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲା। ସେଠାରେ ତାଙ୍କର ବିଭିନ୍ନ ଟେଷ୍ଟ ହୋଇଥିଲା। ଏହି ସମୟରେ ତାଙ୍କ ପେଟରେ ଥିବା ବିଶାଳ ଟ୍ୟୁମର ସମ୍ପର୍କରେ ଜାଣିବାକୁ ପାଇଥିଲେ ଡାକ୍ତର।

ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା। ଇତିହାସ ରଚିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ସଫଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ୧୭ ବର୍ଷୀୟ ଝିଅ ପେଟରୁ ବାହାର କରାଯାଇଛି ୨୦ କେଜି ଓଜନର ବିଶାଳ ଟ୍ୟୁମର। ଡାକ୍ତର ସପନ କୁମାର ଦିଣ୍ଡାଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏବେ ନାବାଳିକା ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ରହିଥିବା ଜଣାପଡ଼ିଛି।
ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ବାଙ୍ଗାବାଡ଼ି ଗାଁର ତୁଳସୀ ଦୀର୍ଘଦିନ ଧରି ପେଟ ଯନ୍ତ୍ରଣାର ସାମ୍ନା କରୁଥିଲେ। ତାଙ୍କ ପେଟ ସବୁ ବେଳେ ଅସ୍ୱାଭାବିକ ଢଙ୍ଗରେ ଫୁଲି ରହୁଥିଲା। ଏଥିଯୋଗୁ ତାଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା। ଏଥିପାଇଁ ସେ ବିଭିନ୍ନ ସ୍ଥାନରେ ଚିକିତ୍ସା କରିଥିଲେ। ତଥାପି କେହି ବି ଏହାର ଉପଚାର ତ ଦୂରର କଥା ପେଟ ଫୁଲିବା ସମସ୍ୟା ସମ୍ପର୍କରେ ମଧ୍ୟ ଜାଣି ପାରି ନଥିଲେ।
ସବୁଆଡ଼ୁ ନିରାଶ ହେବା ପରେ ତୁଳସୀଙ୍କୁ ଧରି ପରିବାର ଲୋକ ଶେଷରେ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲା। ସେଠାରେ ତାଙ୍କର ବିଭିନ୍ନ ଟେଷ୍ଟ ହୋଇଥିଲା। ଏହି ସମୟରେ ତାଙ୍କ ପେଟରେ ଥିବା ବିଶାଳ ଟ୍ୟୁମର ସମ୍ପର୍କରେ ଜାଣିବାକୁ ପାଇଥିଲେ ଡାକ୍ତର।
ତେବେ ଟ୍ୟୁମରର ଆକାର ଅତ୍ୟନ୍ତ ବିଶାଳ ଥିବାରୁ ଏହାକୁ ବାହାର କରିବା ଡାକ୍ତରୀ ଟିମ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତଥାପି ଡାକ୍ତର ସପନ କୁମାର ଦିଣ୍ଡା ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଦୀର୍ଘ ଘଣ୍ଟାର ଅପରେସନ ପରେ ତୁଳସୀଙ୍କ ପେଟରୁ ଟ୍ୟୁମରକୁ ସଫଳତାର ସହ ବାହାର କରାଯାଇଛି।
ଏହାର ଓଜନ ୨୦ କେଜି ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବାରୁ ଏବେ ତୁଳସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ଆଉ କିଛି ଯାଞ୍ଚ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରିଦିଆଯିବ ବୋଲି ଡାକ୍ତର ସୂଚନା ବି ଦେଇଛନ୍ତି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ବିରଳ ଅସ୍ତ୍ରୋପଚାରକୁ ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି।
📲Get App