🔥 TRENDING West Bengal Board Announces HS 3rd Sem... পিয়ালি রাশ ও গ্রামীন মেলা প্রশাসনিক স... Severe Cyclonic Storm Akvan Nears Indi... Tejashwi Yadav Slams Bihar Government... Bihar Law Department Opens 2026 Recrui... Bihar Launches New Police Data Centre,...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
ପୁଣି ବ୍ୟାଂକକୁ ଉଡ଼ିବ ବିମାନ
Business

ପୁଣି ବ୍ୟାଂକକୁ ଉଡ଼ିବ ବିମାନ

✍️ Reporter: Deepak Mahapatra 🗓 03 Oct 2026, 12:44 PM 👁 96
Share: 💬 WhatsApp 📘 Facebook 𝕏 Post
ଆଜି ଠାରୁ ଭୁବନେଶ୍ୱରରୁ ବ୍ୟାଙ୍କକ ପାଇଁ ପୁଣି ଆରମ୍ଭ ହେବ ବିମାନ ସେବା । ପ୍ରାୟ ୩ ମାସ ପରେ ପୁଣି ଭୁବନେଶ୍ୱରରୁ ବ୍ୟାଂକକକୁ ଉଡ଼ିବ ବିମାନ । ଏହି ବିମାନ ସପ୍ତାହକୁ ଦୁଇ ଥର ଚାଲିବ ବୋଲି ଭୁବନେଶ୍ୱର ଆନ୍ତଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରଶନ ପ୍ରଧାନ କହିଛନ୍ତି ।ଏହା ସହ ସେ କହିଛନ୍ତି ଯେ, କୌଣସି କାରଣ ପାଇଁ ବିମାନ ସେବା ବନ୍ଦଥିଲା। ଆଜିଠାରୁ ବିମାନ ନମ୍ବର ୧୦୬୫ ପୁଣିଥରେ ଆରମ୍ଭ ହେଉଛି । ଆଜି ରାତି ୧୧.୦୫ରେ ବିମାନଟି ଭୁବନେଶ୍ୱରରୁ ବାହାରିବ । ଆଉ ସେଠାରୁ କାଲି ସକାଳ ୫.୩୦ରେ ବାହାରିବ। ଆସନ୍ତା ୨୫ ତାରିଖରୁ ରାତି ନୁହଁ ଏହି ବିମାନଟି ଦିନରେ ଚାଲିବ। ଶୀତ ଋତୁ ଆସିଲା ପରେ ଦିନ ୧୧ଟାରେ ବିମାନଟି ଭୁବନେଶ୍ୱରରେ ପହଁଞ୍ଚିବ। ଆଉ ଦିନ ଗୋଟାଏରୁ ଭୁବନେଶ୍ୱରରୁ ବାହାରିବ ।
ଭୁବନେଶ୍ୱର ବିମାନ ବନ୍ଦରରୁ ଇଣ୍ଟରନ୍ୟାସନାଲ ଫ୍ଲାଇଟ ବନ୍ଦ ହେବା ପରେ ଏହା ଆନ୍ତଜାତୀୟ ବିମାନ ବନ୍ଦର ପରି ଲାଗୁ ନଥିଲା। ବ୍ୟାଂକକ ବିମାନ ସେବା ଚାଲୁ ହେବା ପରେ ଓଡିଶା ତଥା ଭୁବନେଶ୍ୱର ବିମାନ ବନ୍ଦର ପାଇଁ ଭଲ ଖବର । ବ୍ୟାଂକକ ପାଇଁ ଭୁବନେଶ୍ବରରୁ ଭଲ ଯାତ୍ରୀ ହେଉଛନ୍ତି । ଆଗାମୀ ଦିନରେ ଦୁବାଇ ବିମାନ ସେବା ପାଇଁ ଚେଷ୍ଟା କରାଯାଉଛି । ସେଠାକାର କଣ୍ଡିସନ ଧୀରେ ସୁଧାର ଆସୁଛି ବୋଲି ଭୁବନେଶ୍ୱର ଆନ୍ତଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରଶନ ପ୍ରଧାନ କହିଛନ୍ତି ।ଅନ୍ୟପକ୍ଷରେ ବର୍ତ୍ତମାନ ଭୁବନେଶ୍ୱରରୁ ଦୈନିକ ପ୍ରାୟ ୯୦ରୁ ୧୦୦ଟି ବିମାନ ଚଳାଚଳ କରୁଛି । ପ୍ରାୟ ୧୨ରୁ ୧୫ ହଜାର ଯାତ୍ରୀ ପ୍ରତ୍ୟେକ ଦିନ ଯାତାୟାତ କରୁଛନ୍ତି । ଏଭଳି ସ୍ଥିତିରେ ବ୍ୟାଙ୍କକ୍‌ ରୁଟ୍‌ ପୁଣି ଖୋଲିବା ଓଡ଼ିଶାର ଆନ୍ତର୍ଜାତିକ ବିମାନ ସଂଯୋଗ ବଢ଼ାଇବା ଦିଗରେ ଏକ ନୂଆ ଆଶା ସୃଷ୍ଟି କରିଛି ।
📲Get App