🔥 TRENDING ଓଡ଼ିଶା ଉପକୂଳକୁ ‘ଅକୱାନ’ ବାତ୍ୟା ଆକ୍ରମଣ,... सेक्टर 12 स्थित श्री श्याम मंदिर में भ... ବାଲେଶ୍ବର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବ... ବାତ୍ୟା ଚେତାବନୀରେ ପୂର୍ବତଟ ରେଲୱେ ଆଜି ଛଅଟ... ୧୩ କିମି/ଘଣ୍ଟା ବେଗରେ ଚଳିତ ସାଇକ୍ଲୋନ୍ ଆକ୍... ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବା ଯୁକ୍ତ ୨ ପରୀକ...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
୯ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ୍; ଆଉ ୪ ଗିରଫ; ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ ପିଅନ ଓ ଡାଟାଏଣ୍ଟ୍ରୀ ଅପରେଟର
Crime

୯ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ୍; ଆଉ ୪ ଗିରଫ; ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ ପିଅନ ଓ ଡାଟାଏଣ୍ଟ୍ରୀ ଅପରେଟର

✍️ Reporter: Deepak Mahapatra 🗓 28 Sep 2026, 01:12 PM 👁 103
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭୁବନେଶ୍ୱରର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର (SE), ରୋଡ୍ସ ଏଣ୍ଡ ବିଲ୍ଡିଂସ୍ (R&B) ଡିଭିଜନ-୧ଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ବନଲତା ମହାନ୍ତି ଓ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କୁ ଗତକାଲି ଭିଜିଲାନ୍ସ ଗିରଫ କରିଥିବା ବେଳେ ଆଜି ଆଉ ୪ ଜଣଙ୍କୁ ଗିରଫ କରିଛି। ସେମାନେ ମଧ୍ୟ ସେହି କାର୍ଯ୍ୟାଳୟର କର୍ମଚାରୀ । ସେମାନେ ବନଲତା ମହାନ୍ତି ଓ ବିଭୁଦତ୍ତ ନାୟକଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ।

ଗିରଫ ଏହି ୪ ଅଭିଯୁକ୍ତ ହେଉଛନ୍ତି, ପିଅନ ଦୀପକ କୁମାର ରାଉତରାୟ, ପିଅନ ଲକ୍ଷ୍ମଣ ବିଶ୍ୱାଳ, ଡାଟାଏଣ୍ଟ୍ରୀ ଅପରେଟର ରାଜୀବ ଲୋଚନ ସେନାପତି ଓ ସୌମ୍ୟରଞ୍ଜନ ମହାପାତ୍ର।

ଏହି ଅଭିଯୁକ୍ତମାନେ ସେକ୍ସନ୍ ଅଫିସର୍ ବନଲତା ମହାନ୍ତି ଓ ଜୁନିଅର୍ ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ସହ ମିଳିତ ଭାବେ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି। ହେରଫେର ହୋଇଥିବା ସରକାରୀ ଅର୍ଥରୁ ବିପୁଳ ପରିମାଣର ଟଙ୍କା ସେମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ଯାଇଥିବା ତଦନ୍ତରୁ ପ୍ରକାଶ ପାଇଛି।

ପିଅନ ଦୀପକ କୁମାର ରାଉତରାୟଙ୍କ ବ୍ୟାଙ୍କ ଖାତାକୁ ୩୨ ଲକ୍ଷ ୪୭ ହଜାର ୮୦୦ ଟଙ୍କା ଯାଇଥିବା ବେଳେ ଲକ୍ଷ୍ମଣ ବିଶ୍ୱାଳଙ୍କ ଖାତାକୁ ଯାଇଛି ୧୬ ଲକ୍ଷ ୨୧ ହଜାର ୪୮୪ ଟଙ୍କା। ସେହିପରି ଡାଟାଏଣ୍ଟ୍ରୀ ଅପରେଟର ରାଜୀବ ଲୋଚନ ସେନାପତିଙ୍କ ବ୍ୟାଙ୍କ ଖାତାକୁ ୨୮ ଲକ୍ଷ ୨୮ ହଜାର ୮୧୭ ଟଙ୍କା ଯାଇଥିବା ବେଳେ ସୌମ୍ୟ ରଞ୍ଜନ ମହାପାତ୍ର ପାଇଥିଲେ ୩୫ ଲକ୍ଷ ୬୯ ହଜାର ୦୯୮ ଟଙ୍କା।
ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

ତଦନ୍ତ ସମୟରେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ ସେମାନେ ୨୦୨୨-୨୩ରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଅର୍ଥ ଆତ୍ମସାତ୍ ହୋଇଛି। ଅଭିଯୁକ୍ତମାନେ ଷଡ଼ଯନ୍ତ୍ର କରି ଜାଲି ମଞ୍ଜୁର ନିର୍ଦ୍ଦେଶ ଓ ବିଲ୍‌ ପ୍ରସ୍ତୁତ କରିଥିଲେ। ଏହି ବିଲ୍‌ଗୁଡ଼ିକ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ପ୍ରୋଭିଜନାଲ ଗ୍ରାଚୁଇଟି ଓ ଅବ୍ୟବହୃତ ଛୁଟି ବାବଦ ଦରମା ବାବଦରେ ଥିଲା। ସରକାରୀ ଅର୍ଥ ହଡ଼ପ କରିବା ପାଇଁ ଏହି ଜାଲ୍‌ ବିଲ୍‌ଗୁଡ଼ିକୁ Integrated Financial Management System (IFMS) ରେ ବେଆଇନ ଏବଂ ଅନଧିକୃତ ଭାବେ ପ୍ରକ୍ରିୟାକରଣ କରାଯାଇଥିଲା। ମୋଟ ୪୮ ଜଣ ବ୍ୟକ୍ତିଙ୍କର ୭୭ଟି ବ୍ୟାଙ୍କ ଏକାଉଣ୍ଟକୁ ଏହି ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କା ଟ୍ରାନ୍ସଫର ହୋଇଥିଲା। ତା’ ମଧ୍ୟରେ ସେକ୍ସନ ଅଫିସର ବନଲତା ମହାନ୍ତିଙ୍କ ପୁଅ, ଡ୍ରାଇଭର ଏବଂ ସହଯୋଗୀମାନଙ୍କ ସହିତ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ଭାଇ ଓ ସମ୍ପର୍କୀୟମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରହିଥିଲା।
📲Get App