🔥 ट्रेंडिंग आंध्र प्रदेश ने तूफ़ान से पहले चेतावनी... झूले में लापरवाही से बचने के लिए सावधा... હિંમતનગર, બળેલી મિલ રોડ પર ઘરફોડ ચોરી,... ପୁରୀ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ... ସିକ୍ଲୋନ୍‌ ଅକ୍ୱାନ୍‌ ପାଇଁ ଓଡିଶା ମୁଖ୍ୟମନ୍... कर्नाटक ने भारत के जेम्स एंड ज्वेलरी स...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
ଦୁଲ୍‌ଦୁଲି ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ
स्थानीय

ଦୁଲ୍‌ଦୁଲି ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ

✍️ रिपोर्टर: Deepak Mahapatra 🗓 23 सित. 2026, 12:40 PM 👁 104
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଦୂଲଦୁଲି ବାଜା ଗାଡି ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ଜଣେ ମୃତ ୧୦ ରୁ ଅଧିକ ଆହତ । ଆହତମାନଙ୍କୁ ପ୍ରଥମେ ଜମନକିରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କୁଚିଣ୍ଡା ଓ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।କେନ୍ଦୁଝର ଶୁଆକାଠି ଠାରୁ ସୋନପୁର ଇଚ୍ଛାପୁରକୁ ଫେରୁଥିଲେ ମା ମେଟାକାନି ମ୍ୟୁଜିକର (ଦୁଲୁଦୁଲି ବାଜାପାର୍ଟି ) ୩୦ ଜଣ ବାଜାବାଲା । ଫେରୁଥିବା ସମୟରେ ବାଜା ଗାଡିଟି ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ଜମନକିରା ବାଇପାସ ନିକଟରେ ଛିଡା ହୋଇଥିବା ଏକ ଲୁହାପଥର ବୋଝଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ।
ଦୁର୍ଘଟଣାରେ ବାଜା ପାର୍ଟିର ଜଣେ ବାଜାବାଲା ଅଭି ସାମନି, ଯାହାଙ୍କ ଘର ସୋନପୁର ଇଛାପୁର ତାଙ୍କର ମୃତ୍ୟୁ ଘଟିଛି । ଆହତମାନଙ୍କୁ ପ୍ରଥମେ ଜମନକିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବା ପରେ ସେମାନଙ୍କୁ କୁଚିଣ୍ଡା ଓ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଭୋର ୫ ଟା ବେଳେ ଦୁର୍ଘଟଣା ଘଟିଥିବାବେଳେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶ୍ରମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ ।
📲Get App