🔥 TRENDING Manipur Launches New Imphal–Silchar Fl... ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ଵର ଆଗ... Ujjain Hanuman Temple Structure Remove... रायबरेली में युवकों की छत पर सवारी: ट्... Vandalism in Kota's Santosh Nagar: Bik... चंद्रपूरमध्ये ऑटो रिक्षा चालकांनी कडकड...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

OSSTET-୨୦୨୬ ରେଜଲ୍ଟ ପ୍ରକାଶ: ୭୯.୧୫% ପାସ୍, ଉତ୍ତୀର୍ଣ୍ଣ ହେଲେ ୪୪,୨୯୮ ପରୀକ୍ଷାର୍ଥୀ

✍️ Reporter: Deepak Mahapatra 🗓 24 Nov 2026, 03:36 PM 👁 15
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: OSSTET-୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ପ୍ରକାଶ ପାଇଲା ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଟିଚର୍ ଏଲିଜିବିଲିଟି ଟେଷ୍ଟ (OSSTET)-୨୦୨୬ର ଫଳାଫଳ। ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ରେଜଲ୍ଟ ଘୋଷଣା କରାଯାଇଛି। ମୋଟ ୫୫,୯୬୮ ଜଣ ପରୀକ୍ଷା ଦେଇଥିବାବେଳେ ସେଥିରୁ ୪୪,୨୯୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ପାସ୍ ହାର ରହିଛି ୭୯.୧୫ ପ୍ରତିଶତ।

ପେପର୍-୧ରେ ୭୯.୧୯%, ପେପର୍-୨ରେ ୭୮.୬୫% ପାସ୍

ବୋର୍ଡ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁଯାୟୀ, ସେପ୍ଟେମ୍ବର ୩୦, ୨୦୨୬ରେ OSSTET ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପେପର୍-୧ ଓ ପେପର୍-୨ ପାଇଁ ମୋଟ ୫୯,୩୫୭ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ।

ପେପର୍-୧ରେ ୫୫,୧୯୩ ଜଣ ପଞ୍ଜୀକରଣ କରିଥିବାବେଳେ ୫୨,୦୧୯ ଜଣ ପରୀକ୍ଷା ଦେଇଥିଲେ। ଏଥିରୁ ୪୧,୧୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପେପର୍‌ରେ ପାସ୍ ହାର ରହିଛି ୭୯.୧୯ ପ୍ରତିଶତ।

ସେହିପରି ପେପର୍-୨ରେ ୪,୧୬୪ ଜଣ ପଞ୍ଜୀକରଣ କରିଥିବାବେଳେ ୩,୯୪୯ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୩,୧୦୬ ଜଣ ପାସ୍ କରିଛନ୍ତି। ପେପର୍-୨ର ପାସ୍ ହାର ୭୮.୬୫ ପ୍ରତିଶତ ରହିଛି।

କେମିତି ଦେଖିବେ ରେଜଲ୍ଟ?

ପରୀକ୍ଷାର୍ଥୀମାନେ BSEର ଅଫିସିଆଲ୍ ୱେବସାଇଟ୍‌ରେ ନିଜ ରେଜଲ୍ଟ ଯାଞ୍ଚ କରିପାରିବେ।

www.bseodisha.ac.in

www.bseodisha.nic.in

ନଭେମ୍ବର ୨୩ ତାରିଖ ସନ୍ଧ୍ୟା ୫ଟା ୩୦ରୁ ରେଜଲ୍ଟ ଉପଲବ୍ଧ ହେବ।

ନଭେମ୍ବର ୨୫ରୁ ଡାଉନଲୋଡ୍ ହେବ ସାର୍ଟିଫିକେଟ୍

OSSTETରେ କୃତକାର୍ଯ୍ୟ ପ୍ରାର୍ଥୀମାନେ ନଭେମ୍ବର ୨୫ ତାରିଖ ସକାଳ ୧୦ଟାରୁ ନିଜର ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ। ଏଥିପାଇଁ ବୋର୍ଡ ନିର୍ଦ୍ଧାରିତ ଫି’ ଦାଖଲ କରିବାକୁ ପଡ଼ିବ। ସାର୍ଟିଫିକେଟ୍‌ର ହାର୍ଡ କପି ଜାରି ହେବା ପର୍ଯ୍ୟନ୍ତ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ ସୁବିଧା ଉପଲବ୍ଧ ରହିବ।

ଫେଲ୍ କରିଥିଲେ ବି ମିଳିବ OMR ସିଟ୍

ଯେଉଁ ପରୀକ୍ଷାର୍ଥୀମାନେ OSSTETରେ କୃତକାର୍ଯ୍ୟ ହୋଇନାହାନ୍ତି, ସେମାନେ ମଧ୍ୟ ନିଜର OMR ଉତ୍ତର ଖାତା ଡାଉନଲୋଡ୍ କରିପାରିବେ। ଏହି ସୁବିଧା ଡିସେମ୍ବର ୨ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ତେଣୁ ରେଜଲ୍ଟ ଯାଞ୍ଚ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସାର୍ଟିଫିକେଟ୍ ଓ OMR ସିଟ୍ ଡାଉନଲୋଡ୍ କରିନେବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି।
📲Get App