🔥 TRENDING ଭୁବନେଶ୍ୱରରେ ଆଗାମୀ ୩ ଘଣ୍ଟାରେ ବର୍ଷା ଏବଂ... West Bengal Board Announces HS 3rd Sem... পিয়ালি রাশ ও গ্রামীন মেলা প্রশাসনিক স... Severe Cyclonic Storm Akvan Nears Indi... Tejashwi Yadav Slams Bihar Government... Bihar Law Department Opens 2026 Recrui...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ମିଳିଲା ନିଖୋଜ OSAP ଯବାନଙ୍କ ଝୁଲନ୍ତା ମୃତଦେହ

✍️ Reporter: Deepak Mahapatra 🗓 09 Nov 2026, 01:04 PM 👁 75
Share: 💬 WhatsApp 📘 Facebook 𝕏 Post
ଗତ ଗୁରୁବାରଠାରୁ ନିଖୋଜ ହୋଇଯାଇଥିବା ଓଡ଼ିଶା ସ୍ପେଶାଲ ଆର୍ମଡ ପୁଲିସ (OSAP)ର ଜଣେ ଯବାନଙ୍କ ଝୁଲନ୍ତା ମୃତଦେହକୁ ଆଜି ଠାବ କରାଯାଇଛି। ତାଙ୍କ ନାଁ ପୃଥ୍ୱୀରାଜ ସାହୁ। ସେ ଝାରସୁଗୁଡ଼ା ବିମାନ ବନ୍ଦରରେ ମୁତୟନ ହୋଇଥିଲେ।
ଝାରସୁଗୁଡ଼ା ସହର ବିଟିଏମ୍ ଅଞ୍ଚଳରେ ସ୍ତ୍ରୀ ଓ ୪ ବର୍ଷର ଝିଅ ସହ ଭଡ଼ା ଘରେ ରହୁଥିଲେ ପୃଥ୍ୱୀରାଜ ସାହୁ। ଗତ ଗୁରୁବାର ସକାଳେ ସେ ଝିଅକୁ ସ୍କୁଲରେ ଛାଡ଼ି ଆଉ ଘରକୁ ଫେରି ନଥିଲେ।
ସେ ନିଖୋଜ ଥିବା ନେଇ ଝାରସୁଗୁଡ଼ା ସଦର ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ପୁଲିସ୍ ତନାଘନା କରୁଥିବା ବେଳେ ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗଣ୍ଡାମୁଣ୍ଡା ଜଙ୍ଗଲରୁ ମିଳିଥିଲା ତାଙ୍କ ମୃତଦେହ। ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିଲା ତାଙ୍କ ମୃତଦେହ।
ପୃଥ୍ୱୀରାଜ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ସହିତ ଆଉ କିଛି ଘଟିଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ପୁଲିସର ତଦନ୍ତ ପରେ ଜଣାପଡ଼ିବ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
📲Get App