ବିଶ୍ୱର ସବୁଠୁଁ ବଡ ଫ୍ୟାସନ ସୋ ମଞ୍ଚରେ କଳାହାଣ୍ଡି ବୁଣାକାରମାନଙ୍କ ସମ୍ମାନ ଓ ପରିଚୟ l
କଳାହାଣ୍ଡି :-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଚିଚୈଗୁଡା ଗ୍ରାମର ଶ୍ରୀ ସୁଜିତ କୁମାର ମେହେରଙ୍କ ଆମ ସଂସ୍କୃତି ଓ ଆମ ହସ୍ତତନ୍ତ୍ରର ଏକ ଗୌରବପୂର୍ଣ୍ଣ ଯାତ୍ରା l ସୁଜିତ ମେହେର ଜଣେ ଡିଜାଇନର ଭାବେ ପ୍ରାୟ ବିଲୁପ୍ତଅବସ୍ଥାରେ ହବସପୁରୀ ହସ୍ତତନ୍ତ୍ର କୁ ଏକ ନୂଆ ରୂପରେ, ନୂଆ ଢଙ୍ଗରେ ଆଧୁନିକ ପଦ୍ଧତିରେ ଡିଜାଇନ କରି ସମଗ୍ର ବିଶ୍ୱରେ ପରିଚିତ କରିବା ଏବଂ ବୁଣାକାରମାନଙ୍କ ପରିଚୟ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣକରିଛନ୍ତି l କେବଳ ଏତିକି ନୁହେଁ ଆମର ଅତୀତ ପରମ୍ପରା ଓ ଗୌରବକୁ ଏକ ଭବିଷ୍ୟତର ଫ୍ୟାସନ ସୋ ରେ ଗଢିତୋଳିବାର ପ୍ରୟାସ କରି ବିଶ୍ୱ ମଞ୍ଚରେ ଖ୍ୟାତି ଅର୍ଜନ କରିପାରିଛନ୍ତି l
ଲଣ୍ଡନର ହାମରସ୍ନିଥ ଠାରେ ରବିବାର ଦିନ ଆୟୋଜିତ ଫ୍ୟାସନ ସୋ ରେ ସୁଜିତ ମେହେର ଆମ ଦେଶ ଭାରତବର୍ଷର ପ୍ରତିନିଧିତ୍ୱ କରି ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ୍ର ହବସପୁରୀ ଓ ସମ୍ବଲପୁରୀ ପାଟକୁ ନିଜର ସ୍ୱତନ୍ତ୍ର କଲେକ୍ସନ ଭାବରେ ଉପସ୍ଥାପନ କରିଥିଲେ l ଡିଜାଇନର ସୁଜିତ ମେହେର ନିଜ ଜନ୍ମମାଟି ତଥା ଜିଲ୍ଲାକୁ ବିଶ୍ୱ ମଞ୍ଚରେ ପରିଚୟ ସୃଷ୍ଟିକରିଥିବାରୁ ଏବଂ ହସ୍ତତନ୍ତ୍ର କୁ ପୁନର୍ଜୀବିତ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି l