🔥 TRENDING కృష్ణాజిల్లా గుడివాడ పురపాలక సంఘం ఎన్న... 13 வயது யோகலட்சுமி 19 நவம்பர் 2026 கால... बाड़मेर में चुनावी पारा चढ़ा, परिणाम क... Nagaland Unveils New Agarwood Policy t... Two killed, six injured as Fortuner pl... Delhi records season's coldest morning...
19 Nov 2026•
ગુજરાતી मराठी ਪੰਜਾਬੀ বাংলা

ବାଇପାସ ରାସ୍ତା ନିର୍ମାଣ ନ ହେଲେ ସଂଘର୍ଷ ସମିତି ପକ୍ଷରୁ ଅନିର୍ଦ୍ଧିଷ୍ଟକାଳ ଧାରଣା ପାଇଁ ଚେତାବନୀ l

✍️ Reporter: Dulendra Kumar Meher 🗓 13 Nov 2026, 10:51 AM 👁 97
Share: 💬 WhatsApp 📘 Facebook 𝕏 Post
ବାଇପାସ ରାସ୍ତା ନିର୍ମାଣ ନହେଲେ ସଂଘର୍ଷ ସମିତି ପକ୍ଷରୁ ଅନିର୍ଦ୍ଧିଷ୍ଟକାଳ ଧାରଣା ପାଇଁ ଚେତାବନୀ l

କଳାହାଣ୍ଡି :-କଳାହାଣ୍ଡି ଜିଲ୍ଳା ଜୁନାଗଡ଼ ସହରର ସଂଘର୍ଷ ସମିତି ପକ୍ଷରୁ ଦୀର୍ଘଦିନ ଧରି କରିଆସୁଥିବା ବାଇପାସ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବହେତୁ ସହର ମଧ୍ୟରେ ଟ୍ରାଫିକ ସମସ୍ୟା, ଦୁର୍ଘଟଣାର ଆଶଙ୍କା, ଯାତାୟାତ ସମସ୍ୟା ଆଦି ବହୁଳଭାବେ ଦେଖାଦେଉଛି l ଏହି ସମସ୍ୟାର ସମାଧାନ ପାଇଁ ସଂଘର୍ଷ ସଂଗ୍ରାମ ପକ୍ଷରୁ ଜୁନାଗଡ଼ର ନୂତନ ବସଷ୍ଟାଣ୍ଡ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ବୁଦ୍ଧିଜୀବୀ, ବିଶିଷ୍ଠ ଶିକ୍ଷାବିତ, ସମାଜସେବୀ ତଥା ଜନସାଧାରଣ ଉପସ୍ଥିତ ରହି ବାଇପାସ ରାସ୍ତାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା l ବାଇପାସ ରାସ୍ତାଶୀଘ୍ର ନିର୍ମାଣ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଜୁନାଗଡ଼ ସହର କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ସହର l ଏଠାରେ ଦୈନନ୍ଦିନ ଜିଲ୍ଳା ତଥା ଜିଲ୍ଳା ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏବଂ ବ୍ୟବସାୟୀ ଆସନ୍ତି, ଏହା ଏକ ବାଣିଜ୍ୟକ ଓ ଜନଗହଳିପୂର୍ଣ୍ଣ ସହର ଯୋଗୁଁ ସାଧାରଣ ଲୋକେ, ଛାତ୍ରଛାତ୍ରୀ, ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସମିତିପକ୍ଷରୁ ଏହା ପୂର୍ବରୁ ବାଇପାସ ନିର୍ମାଣପାଇଁ ସର୍ଭେ, ଡିପିଆର ପ୍ରସ୍ତୁତି ଏବଂ ଜାତୀୟରାଜପଥ ବିଭାଗ ସହ ଆଲୋଚନା ମଧ୍ୟ ହୋଇଥିଲା l ସରକାର ଉକ୍ତ ପ୍ରକଳ୍ପକାର୍ଯ୍ୟର ନିଷ୍ପତ୍ତି ଶୀଘ୍ର ଅନୁମୋଦନ କରି କାର୍ଯ୍ୟ ଆରମ୍ଭ କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି l ଦାବି ପୂରଣ ନ ହେଲେ ଆଗାମୀଦିନରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନକୁ ତୀବ୍ର ରୁ ତୀବ୍ରତର କରିବାକୁ ସମିତିପକ୍ଷରୁ ଚେତାବନୀ ଦିଆଯାଇଛି l ରାଜ୍ୟସରକାର ଉକ୍ତ ଦାବିକୁ ଗୁରୁତ୍ୱ ଦେଇ ଶୀଘ୍ର କାର୍ଯ୍ୟକାରୀ କରାଗଲେ ସହର ତଥା ଅଞ୍ଚଳବାସୀ ଉପକୃତ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l
📲Get App