🔥 TRENDING ଓଡ଼ିଶା ଆସିବେନି ଅମିତ ଶାହ, ବାତିଲ ହେଲା ପୁ... ଭୁବନେଶ୍ୱରରେ CBIର ବଡ଼ ଆକ୍ସନ୍: ୩ ଲକ୍ଷ ଟଙ... କାର୍ତ୍ତିକ ପୂର୍ଣ୍ଣିମାରେ ଶୁଭୁଛି ଆ ..କା…ମ... Bihar ଆଜିଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା,... ಗೌರಿ ಹುಣ್ಣಿಮೆಯಂದು ಮಾರಿಕೊಪ್ಪದ ಶ್ರೀ ಹಳದಮ...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

IPS ସୁଶାନ୍ତ ନାଥଙ୍କ ଅଡ଼ୁଆ ବଢ଼ିଲା; ଆଉ ଏକ ମାମଲା ରୁଜୁ

✍️ Reporter: Deepak Mahapatra 🗓 24 Nov 2026, 02:29 PM 👁 23
Share: 💬 WhatsApp 📘 Facebook 𝕏 Post
ବଢ଼ିଲା ପୂର୍ବତନ ଜେଲ୍‌ ଡିଜି ତଥା ଗୃହ ବିଭାଗରେ ଓଏସ୍‌ଡି ଭାବେ ନିଯୁକ୍ତ ବରିଷ୍ଠ ଆଇପିଏସ୍‌ ଅଫିସର ସୁଶାନ୍ତ ନାଥଙ୍କ ଅଡୁଆ। ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ସୁଶାନ୍ତଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକଙ୍କ ଏତଲା ଆଧାରରେ ତାଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି।

ବାଲେଶ୍ୱର ଜେଲ୍‌ରେ ଥିବା ଜଣେ କଏଦୀଙ୍କୁ ବ୍ରାଉନ ସୁଗର୍ ମାମଲାରେ ଫସାଇବାକୁ ତତ୍ କାଳୀନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ତାଙ୍କ ଉପରେ ଚାପ ପକାଇଥିଲେ ବୋଲି ଶ୍ରୀ ମହାଲିକ ଅଭିଯୋଗ କରିଛନ୍ତି। ସେ ଏଥିରେ ରାଜି ହୋଇ ନଥିଲେ। ସେଥିପାଇଁ ତାଙ୍କୁ ନିଲମ୍ବନ କରାଯାଇଥିଲା।

ଏ ନେଇ ଗତକାଲି ଶ୍ରୀ ମହାଲିକ କ୍ୟାପିଟାଲ ଥାନାରେ ଏତଲା ଦେଇଥିବା ବେଳେ ଆଜି ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

ପୂର୍ବରୁ ସୁଶାନ୍ତ ନାଥଙ୍କ ବିରୋଧରେ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଛି। ଚୌଦ୍ୱାରର ଜଣେ ପୂର୍ବତନ ମହିଳା ଜେଲରଙ୍କୁ ସେ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି।

କ’ଣ ରହିଛି ଅଭିଯୋଗ

ଚୌଦ୍ୱାର ଜେଲ୍‌ର ଉକ୍ତ ପୂର୍ବତନ ମହିଳା ଜେଲର୍ ଅଭିଯୋଗ କରିଛନ୍ତି ଯେ କୁଲଦୀପ ରଥ ନାମକ ଜଣେ ବ୍ୟକ୍ତି ଜେଲ୍ ପରିଦର୍ଶନରେ ଆସିଥିବା ବେଳେ ନିଜକୁ ଡିଜି (ଜେଲ୍‌)ଙ୍କ ବନ୍ଧୁ ଭାବେ ପରିଚୟ ଦେଇଥିଲେ ଓ ତାଙ୍କ ମୋବାଇଲ ଫୋନ୍ ନମ୍ବର ନେଇଥିଲେ। ପରେ କୁଲଦୀପ ରଥ ତାଙ୍କ ପାଖକୁ ଇମୋଜି ସହିତ ଏମିତି କିଛି ମେସେଜ୍ ପଠାଇଥିଲେ, ଯେଉଁଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ। ୨୦୨୫ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୨୫ ଓ ୨୬ ତାରିଖରେ କୁଲଦୀପ ରଥ ତାଙ୍କୁ ଏକ ହୋଟେଲକୁ ଏକୁଟିଆ ଆସିବାକୁ ନିମନ୍ତ୍ରଣ କରିଥିଲେ। ସେଠାରେ ଡିଜି ତାଙ୍କୁ ଏକାକୀ ଭେଟିବାକୁ ଚାହୁଁଥିବା ସେ କହିଥିଲେ। ତେବେ ପୂର୍ବତନ ମହିଳା ଜେଲର ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଫଳସ୍ୱରୂପ ସୁଶାନ୍ତ କୁମାର ନାଥ ତାଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନଗୁଡ଼ିକୁ ତାଙ୍କର ସେହି ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ ସହିତ ଯୋଡ଼ିଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୭/୮ ତାରିଖରେ ହୋଇଥିବା ବୈଠକରେ ସେ ତାଙ୍କୁ କହିଥିଲେ, ‘ତୁମେ ଯଦି ମୋତେ ଭେଟିବାକୁ ଆସିଥାଆନ୍ତ, ତା’ହେଲେ ଏସବୁର ସମ୍ମୁଖୀନ ହୋଇନଥାନ୍ତ।’

ଏହି ପୂର୍ବତନ ମହିଳା ଜେଲର୍ ଆହୁରି ଅଭିଯୋଗ କରିଛନ୍ତି ଯେ ଚୌଦ୍ୱାର ଜେଲ୍‌ର ପୂର୍ବତନ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ସେ ଦେଇଥିବା ଏଫଆଇଆରକୁ ପ୍ରତ୍ୟାହାର କରିନେବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ ସୁଶାନ୍ତ କୁମାର ନାଥ। ଏହା ସହିତ ତାଙ୍କୁ ଚାକିରିରୁ ବାହାର କରିଦେବାକୁ ତଥା ଶାରୀରିକ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସୁଶାନ୍ତ ନାଥଙ୍କ ବିରୋଧରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ପଦବୀର ଅପବ୍ୟବହାର, ଅପରାଧିକ ଧମକ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି ଅଭିଯୋଗ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଥିଲେ ରାଜ୍ୟ ସରକାର। ତାଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି।

ଅନ୍ୟପକ୍ଷରେ ଇତି ମଧ୍ୟରେ ଉକ୍ତ ମହିଳା ଜେଲରଙ୍କ ଉପରେ ଥିବା ନିଲମ୍ବନ ଆଦେଶକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି।
📲Get App